ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଵିନାଶ ମହାପାତ୍ର ଙ୍କ କବିତା ମଲା ଜହ୍ନ

     ମଲା ଜହ୍ନ

 

         ଅଵିନାଶ ମହାପାତ୍ର

 

ଫେରି ଚାହଁ ଥରେ ପଛକୁ ଗୋ ପ୍ରିୟା

          ଯାଅ ନାହିଁ ଛାଡି ଚାଲି

   ମଧୁର ମିଳିନ ସମୟ ଆସିଛି

         ଆଉକି ମିଳିବ କାଲି।(୦)

  ଥର ଥର ହୋଇ କଂପୁଛି ମୋ ଛାତି

         ବଢ଼ାଇ ହୃଦ ସ୍ପନ୍ଦନ

   ପହିଲି ଦେଖାରେ ପ୍ରଥମ ମିଳନ

         ମନଟା ହୁଏ ଉଚ୍ଛନ୍ନ।(୧)

   ପାଦ ଟଳ ମଳ ଗମ ଗମ ଝାଳ

         ପାଟି ଓଠ ଯାଏ ଶୁଖି

   ଦୂରରେ ରୁହନା ଆଗୋ ପ୍ରିୟତମା 

         ପାଖରେ ଯାଅ ମୋ ଲାଖି।(୨)

   ଖୋଲି ଦିଅ ତୁମ ପାଦର ପାଉଁଜି

          ଶବଦ ଶୁଭିବ କାଳେ

   ଧିରେ ଧିରେ ପାଦ ଚାପି ଚାଲିଆସ

        ହେଳା କରନାହିଁ ତିଳେ।(୩)

  ଆଉ ପାଦେ ଆସି ଲାଗିଯାଅ ପାଶେ

        ଛନ୍ଦ ଗୋ ବାହୁ ଵନ୍ଧନେ

   ପ୍ରଥମ ଛୁଆଁର ପ୍ରଥମ ପରଶ

       ଗୁଞ୍ଜରି ଯାଉ ସ୍ପନ୍ଦନେ।(୪)

   ପିଇ ବାକୁ ଦିଅ ମନଭରି ତୁମ

        ଓଠର ମଧୁପ ଯେତେ 

     ମାଗି ନିଅ ସବୁ ତୁମ ଅଧିକାର

         ପାଖରେ ପାଇଛ ମୋତେ।(୫)

      ହଜି ଯାଉ ତୁମ କାନର ଝୁମୁକା

          ଖୋଲି ଯାଉ ଗଭା ବେଣୀ

     କଥା ମୁଁ ଦେଉଛି ଦେହ ଛୁଇଁ ତୁମ

          ହୀରା ମୋତି ଦେବି ଆଣି।(୬)

   

      ବୟାଂଗଡିହି, ଧାମନଗର, ଭଦ୍ରକ,

          

Related posts

ଛାତ୍ର ଙ୍କୁ ମାଡ଼ ମାରିଥିବା ଶିକ୍ଷକ ଙ୍କ ନାମରେ ମାମଲା ରୁଜୁ 

Sunil Chandra Nayak

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଓବିସି-ଏସଟି-ଏସସି ମିଳିତ ମହାସଂଘ ର ସମ୍ବିଧାନ ଅଧିକାର ଯାତ୍ରା

Sunil Chandra Nayak

Leave a Comment

error: Content is protected !!