ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

ଖରା

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଖରାରେ ବୁଲିବୁ ନାହିଁ ମୋର ଧନ

ଝାଉଁଳି ପଡ଼ିବ ମୁଁହ

ଗ୍ରୀଷମର ତାତି ବଡ ବିଷମରେ

ଶୁଣୁଥା ମୋ ଗେହ୍ଲା ପୁଅ (୦)

 

ଗରମ ଦିନରେ ଗରମ ପବନ

ଅହରହ ବହୁଥାଏ

ପଶିଲେ ଦେହରେ ଅଣାୟତ ହୁଏ

ଅଂଶୁ ଘାତ ଭୟ ଥାଏ

ସବୁବେଳେ ଛାଇ ଶୀତଳରେ ରହି

କରିବୁ ସୁନ୍ଦର ମୁହଁ…..(୧)

 

ଯେବେ ଗେଲ୍ଲୁ ମୋର ବାହାରକୁ ଯିବୁ

ଜରୁରୀ କାମରେ ତୋର

ପଣା ପାଣି ସଦା ପାଖେ ରଖିଥିବୁ

ଭରତି କରି ଉଦର

ଛତାକୁ ସାଥିରେ ନେବୁ ମୋର ବାବୁ

ଖରା ବାଜିବନି ଦେହ…..(୨)

 

ଚାରି ଆଡେ଼ ଖାଲି ଶୁଖିଲା ଶୁଖିଲା

ସବୁଠି ଜଳ ଅଭାବ

ଜୀବଜନ୍ତୁ ଗଛ ଲତା ହାହାକାର 

ଖରାର ଏହି ପ୍ରଭାବ

ନିଜର ଯତନ ନେବୁ ମୋର ଧନ

ତେବେ ହେବୁ ସୁନା ପୁଅ…..(୩)

ଫୁଲବାଣୀ, କନ୍ଧମାଳ

Related posts

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଜମା ଭଲ ଲାଗୁନାହିଁ ।।

Sunil Chandra Nayak

Leave a Comment

error: Content is protected !!