ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡା ଗ୍ରାମର ଯଜ୍ଞାସିନୀ ହାତୀ ବୟସ ମାତ୍ର ୮ ବର୍ଷ ର ହୋଇଥିବା ବେଳେ ନିଜ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ କରୁଅଛି। ତାଙ୍କ ପିତା ଵୈବସୁତ ଏବଂ ମାଁ ଜୟନ୍ତୀ ପରିବାର ନେଇ ଦାଦନ ରୂପେ ରାଜ୍ୟ ବାହାର କୁ ଦାଦନ ଖଟି ଯାଇଛନ୍ତି । ଯାଜ୍ଞାସିନୀ ବର୍ତ୍ତମାନ ନିଜ ପରିବାର ଲୋକ ଙ୍କ ପାଖରେ ରହୁଛି । ତାର ଭିନ୍ନକ୍ଷମ ଭତ୍ତା ମଧ୍ୟ ହୋଇ ପାରିନି । ଭତ୍ତା ପାଉନ ଥିବା ବେଳେ ସରକାରୀ ଯୋଜନା ମଧ୍ୟ ତାଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଆବଶ୍ୟକ ପଦକ୍ଷେପ ନେଇ ତାଙ୍କୁ ଭତ୍ତା ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରଛନ୍ତି । ଏବିଷୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତ ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ