ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

 ଠାକୁର

କୁହ ହେ ଠାକୁର କାହିଁ ପାଇଁ ଏତେ

ନିଷ୍ଠୁର ତୁ ହୋଇଗଲୁ

ସବୁ କଷ୍ଟ ସହି ନିଜକୁ ନିଜେତ 

ପାଷାଣ ଟେ କରିଦେଲୁ

କୁହ ହେ ଠାକୁର……………୧ 

 

କେଉଁ ଅପରାଧ କରିଥିଲି କାଳେ 

କେବେ ତୁ କହିଲୁ ନାହିଁ

ଅପରାଧ କହି ଦଣ୍ଡ ଦେଇଥିଲେ

ଦୁଃଖ ମୋ ହୁଅନ୍ତା ନାହିଁ

ଆଶ୍ରା କରିଥିଲି ଜୀବନରେ ଖାଲି 

ନିରାଶ୍ରୟ କରିଦେଲୁ

କୁହ ହେ ଠାକୁର……………୨ 

 

ଭାବିନେଲୁ ବୋଧେ ମନର ଭିତରେ 

ମଉନ ରହିବୁ ଏକା

କହିବୁନି କିଛି  ଶୁଣିବୁନି କିଛି 

ନଦେବୁ ସହଜେ ଦେଖା

ସବୁ ସମ୍ପର୍କ କୁ କାଟି ଦେଇ ନିଜେ

ନିରଵରେ ରହି ଗଲୁ

କୁହ ହେ ଠାକୁର କାହିଁ ପାଇଁ ଏତେ

ନିଷ୍ଠୁର ତୁ ହୋଇଗଲୁ…………..୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଜଗଜ୍ଜୀବନ ସା ଙ୍କ କବିତା ବରଷା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶୁଭ ଦୀପାବଳି

Sunil Chandra Nayak

ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!