ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ହସ

ହସ

 

ପ୍ରତାପ କିଶୋର ରାଉତ

 

କେବେ ଝରିପଡେ

ଶୀତ ସକାଳ ର ଶିଶିର ବିନ୍ଦୁରେ

କେବେ ଝଡ଼ ଥମି ଯିବା ପରେ

ଲାଜେଇ ଜହ୍ନ ର ଆଖି ମିଟିକା ରେ

କେବେ ପ୍ରିୟା ର ଓଢଣୀ ତଳ

ଲାଜୁଆ ଓଠରେ

ପୁଣି କେବେ ବୈଶାଖୀ ରାତି ର

ମହୁଲିଆ ନିସ୍ତବ୍ଧ ପାହାନ୍ତି ରେ ,

 

କେବେ ପୁଣି ଛଳନା ର ଜଉଘରେ

କେବେ ବିଦ୍ରୁପ ର ଖିଆଲ ରେ

କେବେ ଆଶକ୍ତି ର ନିବିଡ଼ ଚୁମ୍ବନ ରେ

କେବେ ଶିଶୁ ର ଅଭୁଝା ମନ ର

ସ୍ୱପ୍ନ ପାରିଜାତ ଅଗଣା ରେ ,

 

କେବେ ଚିବୁକ ର ମିଛ ଲୁହ ରେ

ପୁଣି ସ୍ମୃତି ସାଗର ର ଉତ୍ତାଳ ତରଙ୍ଗ ରେ

ମନ ର ଶୁପ୍ତ ଆବେଗ ଚେଇଁ ଉଠିବାରେ

କେବେ ପୁଣି ଅନ୍ତଃ ହୀନ ପ୍ରେମ ର

ନିରୁତା ସତ ର ମାପ ଚୁପ ରେ 

ତେନ୍ତୁଳିପଦୀ,ହାଟଡ଼ିହି,କେନ୍ଦୁଝର

   

Related posts

ବାମନଘାଟି ଉପଖଣ୍ଡରେ ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନକଲେ ଜିଲ୍ଲା ସଂରଚନା ଓ ଲୋକସମ୍ପର୍କ ଅଧିକାରୀ

ନୂତନ ମାଜିଷ୍ଟ୍ରେଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

Leave a Comment

error: Content is protected !!