ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ବର୍ଷା ଆସିଲା ପରେ

ବର୍ଷା ଆସିଲା ପରେ

ସରୋଜ କୁମାର ସାହୁ

 

ଶୁଖିଲା ମାଟିର ବାଲି ଗୋଡି

ଧିରେ ଧିରେ ନୁଆଇଁ ଦେଲେ ମଥା

ମାଟି ଦେହର ଉଷୁମ ଆସ୍ତରଣ

ମୁକୁଳିବାର ପ୍ରୟାସରେ

ତଲାସିଲା ମାଟିର ଛାତି ହାତ ପାପୁଲି

କେଇଦିନର ସଞ୍ଚରିତ ବାସ୍ନା

ଗୁଞ୍ଜରିତ ହୋଇ 

ଛୁଟି ଆସିଲା ପଦାକୁ ।

କାକରରେ ଭିଜି ନଥିବା ପତ୍ର

ଦୁଇଟୋପା ବିନ୍ଦୁରେ 

ଶୋଷିନେଲା ବରଷକର ଶୁଷ୍କତା

ମାଟିରୁ ଉତୁରି ଆସିଲା ଭିଜାପଣ

ଅୟୁତ କାଳର ନିଶ୍ବାସ

କ୍ଷଣିକରେ ବାଷ୍ପିରୁଦ୍ଧ ହେଲାପରେ,

ଧୂଳିକଣାରେ ଉଡୁଥିବା ଧୂଳି

ହୃଦୟର ପାପଭର୍ତ୍ତି ମନ

ଲାଖଭଳି ଜଳି ଜଳି

ପୁଣି ମିଶିଗଲେ ମାଟିରେ।

ପବନର ଆହୁଲାରେ

ନିରବତାର ସୀମା ଡେଇିଁ

ଚଳଚଞ୍ଚଳ ହୋଇଉଠିଲା ମେଘ

ନଈ ପୁଣି ଫୁଲାଇଲା ଛାତି

ଭାଙ୍ଗିବାକୁ ଛଳନା ପ୍ରତାରଣାର

ଘୃଣ୍ୟ ସେ ନିଶୁଳ୍କ ଵାଡ

ଶୂନ୍ୟାକାଶରେ ଅସରନ୍ତି ଫୁଲ ଭଳି

ଚହଟିଲା କୋଳାହଳ

ପକ୍ଷୀର କାକଳୀ

ମାଟି ଦେହର ନୀରବ ସ୍ବପ୍ନ।

ପ୍ରକୃତି ପଲ୍ଲବିତ ହେଇ

ସଜେଇ ନେଲା ନିଜେ ନିଜକୁ

ନୀଳବର୍ଣ୍ଣ ର ଗାଲିଚାରେ

ପକ୍ଷୀମାନେ ସଜାଡିଲେ

ଉଜୁଡି ଯାଇଥିବା ଘର

ଭାଙ୍ଗି ଯାଉଥିବା ବିଶ୍ବାସ

କୁଟାକାଠିର ଯୋଡା ମହଲ।

 

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

Related posts

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

ଆତ୍ମ ସୁରକ୍ଷ ତାଲିମ ଶିବିର ଉଜ୍ଜାପିତ

Sunil Chandra Nayak

ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଙ୍କୁ ପତ୍ର ମାଧ୍ୟମ ରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ

Leave a Comment

error: Content is protected !!