ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

ମୟୂରଭଞ୍ଜ -୧୨/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳୟ କୁସୁମି ବ୍ଳକର ଜୟପୁର ପଞ୍ଚାୟତର ‌ କୁଲଢିହା ଗ୍ରାମରେ ଏକ ନିର୍ମାଣାଧୀନ ଘରର ତାଜା ଭୁଷୁଡି ଯିବା ଫଳରେ ପୁତ୍ରବଧୂର ମୃତ୍ୟୁ ହୋଇଥିବାବେଳେ  ଶଶୁର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କୁଲଡ଼ିହା ଗ୍ରାମର ଘରର ମୁରବି ମାନସିଂ ମାରାଣ୍ଡିଙ୍କ ଘରନିର୍ମାଣ ଚାଲିଛି ।ପ୍ରବଳ ଖରା ତାତି ପାଇଁ ସକାଳୁ ସକାଳୁ ପରିବାର ଲୋକେ ଘର ନିର୍ମାଣ କାମରେ ଲାଗିପଡିଥିଲେ । ଆଜି ସକାଳ ୬ ଟା ସମୟରେ ଘରର ବୋହୂ ଛବିରାଣୀ ମାରାଣ୍ଡି (୨୧), ସ୍ବାମୀ ରାମଚନ୍ଦ୍ର ମାରାଣ୍ଡି ଘରୁ କାମ କରିବା ପାଇଁ ଘର ବାହାରକୁ ଯିବା ସମୟରେ ହଠାତ୍ ଘରର ତାଜାଟି ଭୁଷୁଡି ପଡି ଛବିର ମୁଣ୍ଡ ଉପରେ ପଡ଼ିବା ସହ ଶଶୁରଙ୍କ ଗୋଡ଼ରେ ପଡ଼ି ଯାଇଥିଲା ।ଘର ଓ ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ବେସରକାରୀ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଶଶୁର ମାନସିଂହ ମାରାଣ୍ଡି ଙ୍କ ଗୋଡ଼ ଭାଙ୍ଗି ଯାଇଛି ।ଖବରପାଇ ସୁଲାଇପାଟ ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନାଯୋଗ୍ଯ ଗତ ୩ ମାସ ପୂର୍ବେ ରାମଚନ୍ଦ୍ର ମାରାଣ୍ଡିଙ୍କ ସହ ଛବିରାଣୀଙ୍କର ବିବାହ ହୋଇଥିଲା । ପତ୍ନୀକୁ ହରାଇ ରାମଚନ୍ଦ୍ର,ଶାଶୁ ପାର୍ବତୀ ରାଇରଙ୍ଗପୁର ଡାକ୍ତରଖାନାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ନେତା ସନାତନ ମୁଣ୍ଡା, ଭାଗବତ ମାଝୀ,ସେକ ଅବଦୁଲ ମାନାନ,ସେକ ଖରିଫ ଆଲାମ ପ୍ରମୁଖ ଖବର ପାଇ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ପ୍ରଶାସନ ତୁରନ୍ତ ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ଦେବାପାଇଁ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

Sunil Chandra Nayak

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

Leave a Comment

error: Content is protected !!