ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ

  ଭୁବନେଶ୍ବର -:   ନୂଆ ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପର ଠାରେ ରଜ ଅବସରରେ ଅନୁଷ୍ଠିତ ହୋଇଯାଇଛି । ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ । ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି । ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତି ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ପ୍ରତିଭା ପଣ୍ଡା , ନିର୍ଦ୍ଦେଶକ ରାଜୀବ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି,, ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ ।

ଉଭୟ ଓଡିଆ ଓ ହିନ୍ଦି ଭାଷାରେ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଗୀତ ଗୁଡିକ ଦର୍ଶକଙ୍କ ଦ୍ବାରା ଲୋକାଦୃତ ହୋଇପାରିବ ବୋଲି ଆଶାବାଦୀ ସମସ୍ତେ । ଫିଲ୍ମର ସଂଗୀତ ଦର୍ଶକମାନଙ୍କ ଦ୍ବାରା ଆଦୃତ ହୋଇଥିବା ବେଳେ ଜୁଲାଇ ମାସରେ ପ୍ରଥମ ସପ୍ତାହରେ ସାରା ଦେଶରେ ହିନ୍ଦି ଭାଷାରେ ଓ ଜୁଲାଇ ଶେଷ ସପ୍ତାହରେ ଓଡିଆ ଭାଷାରେ ଓଡିଶାର ବିଭିନ୍ନ ସହରର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ଚଳଚ୍ଚିତ୍ର ର ହିନ୍ଦୀ ଭାଷାରେ ଭାଷାରେ ରୂପାନ୍ତର କରିଛନ୍ତି ଉଦୟନ ସୁପରକର।ବହୁ ଦିନ ପରେ ଓଡିଶାରୁ ଜଣେ ପ୍ରଯୋଜକ ଏଭଳି ଦ୍ବିଭାଷୀ ଉ ପ୍ରସ୍ତୁତ କରିବା ଏକ ଦୁଃସାହାସିକ ପଦକ୍ଷେପ ନିଶ୍ଚୟ । ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରତିଭା ପଣ୍ଡା, ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅନନ୍ତ ଦାସ, ମମତା, ସ୍ବାଗତିକା, ସଂଜିତା, ଚକ୍ରଧର, ଶିଶୁକଳାକାର ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ, ଶ୍ରେୟାନ୍ସ, ଦିବ୍ୟାଂଶୁ, ପ୍ରମୁଖ ।

ଅମୃତ ନନ୍ଦ ଙ୍କ ରିପୋର୍ଟ ।

Related posts

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

Sunil Chandra Nayak

କଲମପୁର ରେ ବିପର୍ଯ୍ୟସ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!