ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳା ଉଦଘାଟିତ

କେନ୍ଦୁଝର ଜିଲ୍ଲା ଘଷିପୁରାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ସେବା ସଂଘ ପକ୍ଷରୁ ଆୟୋଜିତ ୬ ଦିନିଆ ବାଣିଜ୍ୟ ମେଳା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ମଦନ ପାଣି, ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଯଜ୍ଞ ପ୍ରସାଦ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ମେଳାକୁ ଉଦଘାଟିତ କରିଥିଲେ। ଆଦର୍ଶ ସେବା ସଂଘ ଉପସଭାପତି ଧବଳେଶ୍ଵର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳାରେ ବିଭିନ୍ନ ପ୍ରକାରର ୩୦ରୁ ଅଧିକ ଷ୍ଟଲ୍ ରହିଛି। ସେହିପରି ଏହି ଅବସରରେ ସ୍ଥାନୀୟ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ବର୍ଗରେ ୮୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉତିନ୍ନ ପ୍ରତିଯୋଗୀଙ୍କର ଆସନ୍ତାକାଲି ଚୂଡ଼ାନ୍ତ ପର୍ଯ୍ୟାୟ ହେବ ବୋଲି ସଂଘର ବରିଷ୍ଠ ସଦସ୍ୟ ସୌମ୍ୟରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସଦସ୍ୟ ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ମହେଶ୍ୱର ସାହୁ, ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ 

Sunil Chandra Nayak

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

Sunil Chandra Nayak

ପାୟଲ ର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

Leave a Comment

error: Content is protected !!