ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

ପୂଜା କରିବା ସମୟରେ, ସନ୍ଧ୍ୟା ଦେବା ସମୟରେ ଦୀପ ଜଳାଇବାର ପରମ୍ପରା ରହିଛି । ହିନ୍ଦୁ ଧର୍ମରେ ଦୀପକୁ ଅତ୍ୟନ୍ତ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ । ଦୀପର ଆଲୋକ ଅତ୍ୟନ୍ତ ପବିତ୍ର । ଏହା କେବଳ ଅନ୍ଧକାର ଦୂର କରେନାହିଁ, ବରଂ ମନୁଷ୍ୟର ମନକୁ ଆଲୋକିତ କରିଥାଏ । ସେଥିପାଇଁ ଦୀପ ଆଲୋକର ଦିବ୍ୟତା ଅତ୍ୟନ୍ତ ଚମତ୍କାର ଅନୁଭବ ପ୍ରଦାନ କରିଥାଏ ।

     ଦୀପକୁ ଈଶ୍ବର ସମାନ ଆଦର କରିବା ଉଚିତ୍ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ଦେବାଳୟରେ କିମ୍ବା ଠାକୁର ଘରେ ଦୀପ ଜଳାଇବାରେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଭବିଷ୍ଯ ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ କାଶୀର ମହାରାଣୀ ଲଳିତା ପୂର୍ବ ଜନ୍ମରେ ଏକ ମୂଷା ଥିଲେ । ଥରେ ସେ ମନ୍ଦିରରେ ଜଳୁଥିବା ଦୀପକୁ ପାଟିରେ କାମୁଡି ନେଉଥିବା ବେଳେ ବିଲେଇ ଆସିଗଲା । ସେ ଭୟରେ ଦୀପକୁ ଜଳୁଥିବା ଅବସ୍ଥାରେ ଛାଡିଦେଇ ଚାଲିଗଲେ । ମାତ୍ର ଏହା ଦ୍ବାରା ସେ ଦୀପ ଜଳାଇବାର ପୁଣ୍ୟ ଅର୍ଜନ କରିଥିଲେ । ଫଳରେ ସେ ପରଜନ୍ମରେ ବିଦର୍ଭ ରାଜାଙ୍କ ଝିଅ ହୋଇ ଜନ୍ମନେଲେ । ପୁଣ୍ୟ ପ୍ରଭାବରୁ ସେ କାଶୀ ନରେଶ ଚାରୁଧର୍ମକୁ ବିବାହ କଲେ । ଦୀପ ଜଳାଇବାର ପୁଣ୍ୟ ଜାଣିପାରି ସେ ରାଜ୍ୟର ସମସ୍ତ ଦେବାଳୟ ଏବଂ ସର୍ବସାଧାରଣ ସ୍ଥାନରେ ଦୀପ ଜଳାଇବାର ବ୍ଯବସ୍ଥା କରାଇଥିଲେ । ଦୀପ ଜଳାଇବାର ଯେପରି ପୁଣ୍ୟ ରହିଛି, ଏହାକୁ ଲିଭାଇବା ଦ୍ବାରା ପାପ ଅର୍ଜିତ ହୋଇଥାଏ ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣନା ରହିଛି । ଦୀପ ଲିଭାଇଲେ ପରଜନ୍ମରେ କଣା ଏବଂ ଦୀପ ଚୋରାଇଲେ ଅନ୍ଧ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ହରି ନାମ 

Sunil Chandra Nayak

ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ

Sunil Chandra Nayak

ରାଜନଗର ବ୍ଲକ ଯାଦବ ମହାସଂଘ ପକ୍ଷରୁ ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଲେ ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ

Sunil Chandra Nayak

Leave a Comment

error: Content is protected !!