ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳାରେ ପ୍ରବଳ ଭିଡ଼

ରଜ ଉତ୍ସବକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

  ଆନନ୍ଦପୁର -: ଘଷିପୁରାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ସେବା ସଂଘ ପକ୍ଷରୁ ଆୟୋଜିତ ରଜ ଉତ୍ସବକୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ଵେଶ୍ୱର୍ ଟୁଡୁ ଆଜି ଉଦଘାଟନ କରିବେ। ଏ ସମ୍ପର୍କରେ ବିଜେପି ଯୁବନେତା ଯଜ୍ଞ ପ୍ରସାଦ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ ଘଟିକାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଉତ୍ସବ କୁ ଉଦଘାଟନ କରିବେ। ସେହିପରି ୬ ଦିନିଆ ବାଣିଜ୍ୟ ମେଳାର ଆଜି ସନ୍ଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଚଟ୍ ପଟା ଖାଦ୍ୟ ଷ୍ଟଲରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ସେହିପରି ଖଦୀବସ୍ତ୍ର କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ଆଜି ମଧ୍ୟ ବିଭିନ୍ନ ବର୍ଗରେ ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଂଘ ସଭାପତି ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଯଜ୍ଞ ପ୍ରସାଦ ସଦସ୍ୟଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘ ଉପସଭାପତି ଧବଳେଶ୍ଵର ସାହୁ, ସୌମ୍ୟରଞ୍ଜନ ସାହୁ, ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ମହେଶ୍ୱର ସାହୁ, ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ସକାଳେ କୁନି କୁନି ରାଧାକୃଷ୍ଣଙ୍କୁ ନେଇ ନଗର ଶୋଭାଯାତ୍ରା ହେବ। ସେହିପରି ସନ୍ଧ୍ୟାରେ ପୁଚି, ମିଉଜିକ ଚେୟାର, ଶଙ୍ଖ ନାଦ, ହୁଳହୁଳି ଆଦି ପ୍ରତିଯୋଗିତା ହେବ ବୋଲି ସଂଘ ପକ୍ଷରୁ ଯଜ୍ଞ ପ୍ରସାଦ ସୂଚନା ଦେଇଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

 

Related posts

କାହା ସ୍ଵାର୍ଥରେ ବସୁଧା ଯୋଜନା ?

Sunil Chandra Nayak

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ

Sunil Chandra Nayak

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

Leave a Comment

error: Content is protected !!