ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ମୟୂରଭଞ୍ଜ- ୧୪/୬/୨୨ (ମସିହା)  ଆଜି ଜ୍ଯେଷ୍ଠ ଶୁକ୍ଳପକ୍ଷ ପୃର୍ଣିମାରେ ସାରା ଜଗତରର ମଉଡମଣି କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ।ଆଜି ଗୋଟିଏ ଦିନ ମହାପ୍ରଭୁ ଜଗନ୍ନାଥ ବାହାରକୁ ଆସି ଜଳଲାଗି ସ୍ନାନ କରନ୍ତି ।ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ରତ୍ନବେଦୀରୁ ସ୍ନାନ ବେଦୀକୁ ପହୁଣ୍ଡି ବିଜେ କରିଥାନ୍ତି ।ଆଜି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଭକ୍ତମାନେ ନିଜର ଆରାଧ୍ୟ ଦେବତା ଜଗନ୍ନାଥ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ରୁ ବଂଚିତ ହୋଇଥିଲେ ।ଚଳିତବର୍ଷ କରୋନା କଟକଣା ନ‌ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁବୃନ୍ଦ ‌ଜଗନ୍ନାଥ ପ୍ରେମୀ ସ୍ନାନପୂର୍ଣ୍ଣିମା ଦେଖିବାକୁ ଗହଳି ଲଗାଇ ପାଖରୁ ଦର୍ଶନ ପାଇ ଆନନ୍ଦ ବିଭୋର ହୋଇ ପଡ଼ିଥିଲେ ।ପ୍ରାରମ୍ଭରେ ପ୍ରାତକାଳୀନ ମହାପ୍ରଭୁଙ୍କ ନୀତିକାନ୍ତ ବଡପୂଜକ ଦେବନନାଙ୍କ ଦ୍ବାରା ସଂପନ ହୋଇଥିଲ ।।ପରେ ମଇଲମ, ସୂର୍ଯ୍ୟ ପୃଜା,ରସ ହୋମ,,ଦ୍ଵାରପାଳ ପୂଜା,ମଙ୍ଗଳ ଆଳତୀ,ପରେ ଗୋଟି ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା ।ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ଥାପନ ପରେ ପୂର୍ବ ରାତିରେ ଅଧିବାସରେ ଥିବା ୧୦୮ କଳଶକୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ।ସେଠାରେ ସୁଦର୍ଶନ ମହାପ୍ରଭୁଙ୍କୁ ୧୮ , ଜଗନ୍ନାଥଙ୍କୁ ୩୫, ସୁଭଦ୍ରାଙ୍କୁ ୨୨ ଏବଂ ବଳଭଦ୍ରଙ୍କୁ ୩୩ କଳସରେ ଥିବା ସୁବାସିତ ଜଳଲାଗି କରାଯାଇଥିଲା ।ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦର୍ଶନ ପାଇଁ ପ୍ରବଳ ଗୁଳୁଗୁଳି ଓ ତାତିକୁ ଭ୍ରୂକ୍ଷେପ ନକରି ଗହଳି ଲାଗି ରହିଥିଲା । ଭକ୍ତ ବୃନ୍ଦ ଜଗନ୍ନାଥ ଦର୍ଶନ ପାଇଁ ପାଗଳ ହୋଇଉଠିଥିଲେ । ଘଣ୍ଟ,ଶଙ୍ଖ, ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସ୍ନାନ ମଣ୍ଡପ ।କାର୍ଯ୍ୟକ୍ରମରେ ଦେବୋତ୍ତର କମିଟି ଅଧ୍ୟକ୍ଷ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସ,ରଥ କମିଟି ଅଧ୍ୟକ୍ଷ ମୋରଡା ବିଧାୟକ ରାଜ କିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ନବୀନ ରାମ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,କୃଷ୍ନବିହାରୀ ମହାନ୍ତି, ରଥ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କମିଟି ତରଫରୁ ସମସ୍ତ ଭକ୍ତ ବୃନ୍ଦଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ସ଼ଂଧ୍ଯାରେ ମନ୍ଦିର ପରିସରରେ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ନାନ ମଣ୍ଡପରେ ଜଗନ୍ନାଥଙ୍କ ଗଜବେଶ ହୋଇଥିଲା ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ରାଷ୍ଟ୍ରୀୟ ଏକତା ଦିବସ ଧର୍ମଗଡ ରେ ରନ ଫର ଇଉନିଟି

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

Leave a Comment

error: Content is protected !!