ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶ୍ବ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା:୧୪/୬  ରକ୍ତଦାନ ମହତ ଦାନ । ନିଜର ରକ୍ତଦାନ କରି ଅନ୍ୟର ଦୁର୍ଲଭ ଜୀବନକୁ ବଂଚାଇବା ଭଳି ପୂଣ୍ଯକାମ ଆଉ କିଛି ନାହିଁ ।ଦେଶର ସୈନିକ ଭଳି ରକ୍ତଦାତାମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ଆଜି ବିଶ୍ଵ ରକ୍ତଦାତା ଦିବସ । ଆଜି ଜୁନ ୧୪ ବିଶ୍ୱ ରକ୍ତଦାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. କସ୍ତୁରୀ ମିଶ୍ର, ଜିଲ୍ଲା ସହ ଚିକିତ୍ସାଧିକାରୀ ଡ଼. ରଞ୍ଜନ ମିତ୍ର ଓ ଡି ପି ଏଚ୍ଚ ଓ   ଡ଼.ରାକେଶ ସାହୁ,ମ୍ଯୁନିସିପାଲିଟି ଚେୟାରମ୍ୟାନ ସଂଯୁକ୍ତା ବେହେରା ସମେତ୍ ଲାଞ୍ଜିଗଡ ଭାଇସ ଚେୟାରମେନ ସଞ୍ଜୀବ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ମହିଳା ସଭାପତି ଲଳିତା ନାଏକ, ବି ଜେ ଡି  ରାଜ୍ଯପାରିଷଦ ସଦସ୍ୟ ଭବାନୀ ନିଆଲ, କଦିର ଖାଁ,ଇଶ୍ଵର ସାହୁଙ୍କ ଉପସ୍ଥିତିରେ ରକ୍ତଦାନ ଦିବସ ପାଳନ ହୋଇଯାଇଛି। ପ୍ରଥମେ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା ଓ ଭବାନୀପାଟଣା ମୁଖ୍ୟ ରକ୍ତଭଣ୍ଡାର ରେ ରକ୍ତଦାନ ଶିବିର କୁ ଚିପ୍ ମୋଟିଭେଟର ସଚିଦନନ୍ଦ ମହାଖୁଡ଼, ସେନାପତି ନାଏକ ଓ ସରୋଜ ନାଏକ ସର୍ବ ପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ ଏବଂ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜନ କରୁଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲଡ଼ବେଙ୍କ କର୍ମକର୍ତ୍ତା ଓ ବ୍ଲଡ଼ବେଙ୍କ ମୋଟିଭେଟର ଗୃପ ଆୟୋଜନ କରିଥିଲେ ।ଚିପ ମୋଟିଭେଟର ସୁନୀଲ ଶତପଥୀ, ଆଲୋକ ସାହୁ, ସାବିତ୍ରୀ ମହାରଣା, ଅଶୋକ ପଟନାୟକ, ପ୍ରଦୀପ ଧଙ୍ଗଡାମାଝୀ, ପ୍ରଶାନ୍ତ ପ୍ରଧାନ, ସୁନୀଲ ଗହୀର, ଜିତେନ୍ଦ୍ର ଡାକୁଆ,ମିଲନ ଭୋଇ ସହଯୋଗ କରିଥିଲେ। ଏ ବର୍ଷରେ ସର୍ବାଧିକ ୟୁନିଟ ରକ୍ତ ସଂଗ୍ରହ ପାଇଁ ଜୀବନବିନ୍ଦୁ ପୁରସ୍କୃତ ହୋଇଥିଲା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଦୀପ ଦାସ ମାନପତ୍ର ଗ୍ରହଣ କରିଥିଲେ ।

ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

ଟେମରା ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

Sunil Chandra Nayak

କରୋନାରେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଦାବି କରିପାରିବେ ଆର୍ଥିକ ସହାୟତା

Leave a Comment

error: Content is protected !!