ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

  ସୃଷ୍ଟିର ଅନ୍ତିମ ଗାଥା 

 

                କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ଆଜି ଏ ମାଟିରେ

ସମ୍ଭାବନାର

            ଫୁଲ ତ ଫୁଟୁନି ଆଉ ,

କ୍ରମଶଃ ଗ୍ରାସୁଛି

ସୂର୍ଯ୍ୟ ର ତନୁ

            ଦୁର୍ଭାବନାର-ରାହୁ ।।

 

କଳା ପାହାଡ଼ର

କଳା-କାରନାମା

            ସଂଚାର କରେ ଭୟ,

ଦେବତା ଯେଉଁଠି

ସାଜେ ପଳାତକ

             ଜୀଇଁ ବାରେ ରଖି ଲୟ ।।

 

ସେଠାରେ କେମିତି

ନ୍ୟାୟର ଝଣ୍ଡା

            ଉଡ଼ିବ କୁହ ହେ ବନ୍ଧୁ ,

କେତୁର-କୁହାଟେ

ଆକାଶର କେଉଁ

            କୋଣରେ ଲୁଚ଼ଇ-ଇନ୍ଦୁ ।।

 

ଅନ୍ଧାର ଏଠି

ଖିଲିଖିଲି ହସେ

            କବନ୍ଧ ରଚ଼ଇ ନୃତ୍ୟ,

ସମୟ ଦୁଆରେ

ଦେଖ ହେ ବନ୍ଧୁ

            ଧର୍ମ ସାଜିଛି ଭୃତ୍ୟ ।

 

ଅସ୍ପଷ୍ଟ ଦିଶେ

ବେଦର ପୃଷ୍ଠା

            ଶାସ୍ତ୍ର-ପୁରାଣ-ପୋଥି,

କାଳ ଖୋଜୁଅଛି

ଏ କଳି ଯୁଗର

           ପୁରୁଣା ସାଇତା ନଥି ।

ହୃଦୟେ ଜାଗଇ ବ୍ୟଥା,

ସାଗର-କଣ୍ଠରୁ

ଛୁଟିଆସେ କିବା

           ସୃଷ୍ଟିର ଅନ୍ତିମ-ଗାଥା ।।

         

କୁମାର ପୁର । ଅନନ୍ତ ପୁର ।

ବାସୁଦେବ ପୁର । ଭଦ୍ରକ ।

Related posts

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ହାରି ଯାଇଥିବା ମଣିଷ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଶ୍ରାବଣ

Sunil Chandra Nayak

Leave a Comment

error: Content is protected !!