ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ହାତୀ ଆକ୍ରମଣରେ ଚାଷୀ ମୃତ

ମୟୂରଭଞ୍ଜ-୧୭/୬/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ରର ବିଶୋଇ ବ୍ଳକ ଅଧିନସ୍ଥ ଖଡମବେଡା ପଞ୍ଚାୟତର ଦେଓପେଟା ଗ୍ରାମରେ ଅଘଟଣ। ହାତୀ ଆକ୍ରମଣରେ ରତନ ସୋରେନ (୪୭)ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ। ଗତକାଲି ରାତି ୯/୧୦ ଟା ପାଖାପାଖି ସମୟରେ ରତନ ସୋରେନ ଦାଣ୍ଡ ବାହାର ବାଡିକୁ ସୁ ମୁଁ କରିବାକୁ ଯାଇ ପଣସ ଗଛ ପାଖରକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡ଼ିଥିଲେ । ହାତୀଟି ଚୁପ୍ ଚାପ୍ ଆସି ପଣସ ଖାଉଥିଲା । ହାତୀଟି ରତନକୁ ସେଠି ଦଳି ଦେଇଥିଲା ।ଘର ଲୋକେ ରତନର ଘରକୁ ନ ଫେରିବା ନେଇ ଖୋଜାଖୋଜି କଲାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପଣସ ଗଛ ପାଖରେ ପଡ଼ି ରହିଥିଲା ।ଘର ଲୋକେ ଠାବ କରି ଆମ୍ବୁଲାନ୍ସରରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ରାତିରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଆଜି ସକାଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ।ରାତି ୧୦ ଟାରୁ ସକାଳ ୮ ଟା ପର୍ଯ୍ୟନ୍ତ ଡାକ୍ତର ଖାନାରେ ଆଉଟ୍ ଡୋରରେ ପଡ଼ି ରହିଥିବା ମୃତକଙ୍କୁ ବନବିଭାଗ ତରଫରୁ ଦେଖିବାକୁ ପହଞ୍ଚି ନ ଥିଲେ । ଵିଶୋଇ ପୋଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି ।ଗାଁରେ ଶୋକାକୁଳ ପରିବେଶ ହୋଇଛି ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଯେ ସାମ୍ବାଦିକଙ୍କ ବୈଠକ

Sunil Chandra Nayak

ଝୁଲନ୍ତା ମୃତ ଦେହ ଉଦ୍ଧାର 

Leave a Comment

error: Content is protected !!