ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ଶିକ୍ଷକ ସଂଘ ର ନୂଆପଡ଼ା ଶାଖା ଗଠିତ

ନୂଆପଡା ଜିଲ୍ଲା କୋମନା ବ୍ଲକ ଦରଲୀପଡା ଏସଏସଡି ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ କଲ୍ୟାଣ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ନୂଆପଡା ଶାଖା ଗଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ର ବରିଷ୍ଠ ଶିକ୍ଷକ ମଦନ ମୋହନ ହୋତା ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସଂଘ ର ଉପଦେଷ୍ଟା ଉମାଶାଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ନବ ନିର୍ବାଚିତ ଜିଲ୍ଲା ସଂଘର ସଭାପତି ଭାବରେ ଶୁଶୀଳ କୁମାର ପତି, ଉପ ସଭାପତି ଝରାମଣୀ ଦେଇ ଓ ସନ୍ଦୀପ ଚନ୍ଦ୍ରକାର , ସାଧାରଣ ସମ୍ପାଦକ ଭାବରେ ଲଇବାନ ବାଗ, ଯୁଗ୍ମ ସମ୍ପାଦକ ଶକୁନ୍ତଳା ତ୍ରିପାଠୀ, ସାଂଗଠନିକ ସମ୍ପାଦକ ହରେକୃଷ୍ଣ ମେହେର, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପରିଡା, ସମୀକ୍ଷକ ଭାବରେ ତାପସ ରଞ୍ଜନ ମିଶ୍ର, ଏବଂ ହିମାଂଶୁ ମେହେର ଙ୍କୁ ମନୋନୀତ କରାଯାଇଥିବା ବେଳେ ମଦନ ସୁନ୍ଦର ହୋତା, ପ୍ରଶାନ୍ତ କୁମାର ପତି, ସନ୍ତୋଷ କୁମାର ହୋତା, ରାମଚନ୍ଦ୍ର ସାହୁ ଓ ବ୍ରଜକିଶୋର ମିଶ୍ର ଙ୍କୁ ଉପଦେଷ୍ଟା ଭାବରେ ମନୋନିତ କରାଯାଇଥିଲା । ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କୁ ଜିଲ୍ଲା ସଂଘ ତରଫରୁ ରାଜ୍ୟ ପ୍ରତିନିଧି ଭାବେ ମନୋନୀତ ହୋଇଥିଲେ । ରାଜ୍ୟ ସଂଘ ତରଫରୁ ପର୍ଯ୍ୟବେକ୍ଷକ ଭାବେ ଜନ୍ମେଜୟ ଶବର , ଗିରିଧାରୀ ବରିହା ( କଳାହାଣ୍ଡି), ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟାନ୍ୟ ଅତିଥ ମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ପଣ୍ଡା , କଳାହାଣ୍ଡି ଜିଲ୍ଲା ସଭାପତି , ଦୀପକ ରଞ୍ଜନ ପଣ୍ଡା ଜୋନାଲ ସମ୍ପାଦକ ,ପ୍ରଶାନ୍ତ ପଣ୍ଡା ,ବେଦବ୍ୟାସ ପ୍ରଧାନ, ଚନ୍ଦନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

ଆନନ୍ଦପୁର – ଆତ୍ମ ନିର୍ଭର କୃଷକ ଅଭିଯାନ କାର୍ଯକ୍ରମ

କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର 

Sunil Chandra Nayak

Leave a Comment

error: Content is protected !!