ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରାଗୁଡା ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ରେ ତାଲାବନ୍ଦ ଆନ୍ଦୋଳନ

ଧର୍ମଗଡ଼:-୧୭/୦୬/୨୦୨୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟ ରେ ତାଲା ପକାଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ବେହେରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୪୦୦ ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷକ ଅଛନ୍ତି ଫଳରେ ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି । ୩୫:୧ ଅନୁପାତ ରେ ଏଠାରେ ୧୨ ଜଣ ଶିକ୍ଷକ ରହିବା କଥା । କିନ୍ତୁ ଏଠାରେ ଥିବା ଦୁଇଜଣ ଶିକ୍ଷକଙ୍କୁ ଦୀର୍ଘ ଦିନହେବ ଅନ୍ୟ ସ୍କୁଲକୁ ଡେପୁଟେଶନ ରେ ପଠା ଯାଇଛି । ଡେପୁଟେଶନ ରେ ଯାଇ ଥିବା ଶିକ୍ଷକଙ୍କୁ ଫେରାଇବା ସହ ଆବଶ୍ୟକ ଶିକ୍ଷକ ଯୋଗାଇବା ପାଇଁ ବାରମ୍ବାର ଗ୍ରାମ ବାସୀ ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଫଳରେ ବାଧ୍ୟ ହୋଇ ଆଜି ତାଲାବନ୍ଦ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଆଜୀ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ ।

 ଯେଉଁ ଦିନ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି ନ ହୋଇଛି ସେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧାରଣା ସ୍ଥଳ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହେମନାଥ ବାରିକ , ଗଗନେଶ୍ଵର ବେମାଲ, ଧବଳେଶ୍ଵର ଦାସ ,ମହେଶ୍ୱର ବେମାଲ, ତ୍ରିନାଥ ପାଣିଗ୍ରାହୀ , ଟଙ୍କଧର ପୋଡ଼, ଚୌବନ ପୋଡ଼,ସିମାଞ୍ଚଳ ବାରିକ ,ଦେବେନ୍ଦ୍ର ନାଏକ,ରଥ ନାଏକ,ଧନେଶ୍ଵର ଦାସ, ଶୋଭିତ ଗାନ୍ଧୀ, ନୀଳକଣ୍ଠ ପୋଡ଼ ସମେତ ବିଦ୍ୟାଳୟ କମିଟିର ସଭ୍ୟ ସଭ୍ୟା ଏବଂ ଅବିଭାବକ ମାନେ ପ୍ରକାଶ କରିଛନ୍ତି ।ଏ ସମ୍ପର୍କ ରେ ଦାୟିତ୍ଵ ରେ ଥିବା ଧର୍ମଗଡ ବିଇଓ ଙ୍କୁ ଯୋଗା ଯୋଗ କରିବାରୁ ସେ ଆନ୍ଦୋଳକାରୀ ଙ୍କ ସହ ଆଲୋଚନା କରିଛନ୍ତି ତେବେ ଆନ୍ଦୋଳନ କାରୀମାନେ ଜିଦ୍ ରେ ଅଟଳ ରହିଥିବାରୁ ଆଲୋଚନା ବିଫଳ ହୋଇଥିବା ବେଳେ ସେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଏ ବାବଦ ରେ ଅବଗତ କରିଥିବା କହିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଜକୁ ମୁଁ ଭଲ ପାଉଛି

Sunil Chandra Nayak

କେସିଙ୍ଗା ବିଦ୍ୟାପୀଠ ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ

Sunil Chandra Nayak

ସରକାର ରାସ୍ତା ନିର୍ମାଣ କରୁଛିନ୍ତି ଠିକା ସଂସ୍ଥା ରାସ୍ତା ତିଆରି କରି ନର୍କ କୁଣ୍ଡ କରୁଛି _ ମରାମତି ହେଉନି ଦୂର୍ଦ୍ଦଶା ବଢୁଛି

Sunil Chandra Nayak

Leave a Comment

error: Content is protected !!