ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟଗୃହ ମନ୍ତ୍ରାଳୟର ବଡ଼ ଘୋଷଣା, ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା କରିଛନ୍ତି । ବାରମ୍ବାର ବିବାଦ ପରେ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି କେନ୍ଦ୍ର ସରକାର । ସିଏପିଏଫ୍ ଓ ଆସାମ୍ ରାଇଫଲରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।

ଏହାସହ ଗୃହ ମନ୍ତ୍ରାଳୟ ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସସୀମାରେ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଅଧିକ ୩ ବର୍ଷର ରିହାତି ମିଳିବ । ଏହାସହ ଅଗ୍ନିପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରିଛନ୍ତି ।ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବାୟୁସେନା ମୁଖ୍ୟ । ସୋମବାର ସୁଦ୍ଧା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବ । ଆସନ୍ତା ଡିସେମ୍ବରରୁ ଏହି ଯୋଜନାରେ ନିଯୁକ୍ତ ପ୍ରାର୍ଥୀଙ୍କୁ ତାଲିମ ଦିଆଯିବ । ସେହିପରି ଡିସେମ୍ବରରୁ ସ୍ଥଳସେନାରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଧାୟିକା ସୀମାରାଣୀଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ଥ କାର୍ଯ୍ୟକ୍ରମ

Leave a Comment

error: Content is protected !!