ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିବାଦ

 ପ୍ରତିବାଦ

 

ଶ୍ଯାମା ପ୍ରସାଦ୍ ବୋଷ୍ 

 

ପ୍ରତିବାଦ କରି ଶିଖିନି ଜୀବନେ 

ତେଣୁ ଦୁଃଖ କଷ୍ଟ ସହେ 

ମନ କଥା ସବୁ ମନେ ଚାପି ଦେଇ 

ନିରବରେ ପରା ରହେ । 

 

ପ୍ରତିବାଦ କରି କି ଲାଭ ମିଳିବ 

ଅଯଥା ରେ ଶତ୍ରୁ ହୁଏ 

ତେଣୁ ପ୍ରତିବାଦ କରେ ନାହିଁ କେବେ 

ସର୍ବଦା ମଉନ ରହେ । 

 

ବିନା ପ୍ରତିବାଦେ ସର୍ବସ୍ବ ଛାଡଇ 

ଭାଗ୍ୟ କୁ ଆଦରି ନିଏ 

ଭାଗ୍ୟ ବିନା ପଥ ଅଛି କିବା କାହିଁ 

ପ୍ରତିବାଦ ଭୁଲି ଯିଏଁ । 

 

ନିଜ ସ୍ବାର୍ଥ ପାଇଁ ପ୍ରତିବାଦ କେବେ 

ଜୀବନରେ କରି ନାହିଁ 

ନ୍ୟାୟ ପାଇଁ କିନ୍ତୁ ପ୍ରତିବାଦ କରେ 

ପର ଉପକାରେ ଚାହିଁ । 

 

ଅନ୍ଯାୟ କାର୍ଯ୍ୟରେ ପ୍ରତିବାଦ କର 

ଦୁଃଖୀ ରଙ୍କି ଙ୍କର ପାଇଁ 

ସମୁହ ସ୍ବାର୍ଥରେ ପ୍ରତିବାଦ କଲେ 

ସହାୟ ଜଗତ ସାଇଁ । 

 

ଅନ୍ଯାୟ ଅନୀତି ଦୁଷ୍କର୍ମ ଦୁର୍ନୀତି 

ଦେଖି ପ୍ରତିବାଦ କରେ

ନହଲେ ଜୀବନେ ଜୀଇଁ କିବା ଲାଭ 

ଥାଏ ମନ ଭାବନାରେ । 

 

ପ୍ରତିବାଦ କରି ନଷ୍ଟ ଭ୍ରଷ୍ଟ କଲେ 

କି ଯଶ ବା ଅରଯିବି  

ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରି 

ସଭିଙ୍କର ପ୍ରିୟ ହେବି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ ,ପୁରୀ 

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

Leave a Comment

error: Content is protected !!