ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

     ପ୍ରୀତି ଦରଜ 

ମୁଁ ସେଇ ଅକ୍ଷର 

ଆମ ପ୍ରେମର , ସ୍ନେହ ,ଅନୁରାଗର…

ଆଶା ,ଅଭିପ୍ସାର 

ବ୍ୟାକରଣ ଭିତରେ 

ଚିହ୍ନା ଚିହ୍ନା ଶବ୍ଦ ମାନଙ୍କର 

ଅସଜଡ଼ା ସ୍ବପ୍ନର ବେଳା ଭୂମିରେ 

ଗଦା ଗଦା ବାଲି ତଳେ 

ଯେଉଁଠି ଛୋଟ ଏକ କୁଡ଼ିଆ ଘର ….ll

 

ତୁମେ ସେଇଠି ସାଜିଥିଲ 

ଏଇ ମେଘ , ଏଇ ଆକାଶ ,ଗଛ ଲତା 

ଆଉ ମହୁମାଛିର ଗୁଞ୍ଜରଣରେ 

କେଉଁ ଏକ ଅଭୁଲା ସ୍ୱର …..ll

 

ପୁଣି ତୁମ ନୟନର ,

ଭ୍ରୁଲତାର ଆକୁଞ୍ଚନ ରେ 

ମୋ ହୃଦୟରେ ସାଜିଥିବା 

ଏକ ଆଶ୍ୱାସନାର ସହର ….ll

 

ଏଇଠି ତ ସେ ସହର ଅଛି 

ମୁଁ ଅଛି 

ଅଛି ପୁଣି ଏଇ 

ବତୀଖୁଣ୍ଟ ମାନଙ୍କର ଆଲୁଅରେ 

ଶୋଇ ରହିଥିବା 

ଯାଯାବର ମାନଙ୍କର 

ଭୋକିଲା ପେଟର ଚିତ୍ର ,

ଦରଦୀ ମନର ଆଢୁଆଳରେ 

ପଡି ରହିଥିବା ,

ମୋର ଏହି ଗୋଟି ଗୋଟି ପ୍ରେମପତ୍ର …

ସ୍ମୃତିର ଅତରରେ ସାଜିଥିବା 

ସମ୍ଭାବନାର ଦରଜ 

ଦରଜ ପୁଣି ସାରା ଜୀବନର …ll

ନବ କୁମାର ଦାସ

ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର
ଶିକ୍ଷକ

 

Related posts

କର୍ଲାମୁଣ୍ଡା: ବିଇଓଙ୍କ ଅବସର ଗ୍ରହଣ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରୁପ୍ରା ୟୁପିଏସ୍ ରେ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!