ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

ଏଇ ସାଗରର ନୀଳ ଉର୍ମି ମାଳାରେ 

 

କଣ୍ଡୁରୀ ଚରଣ ନାୟକ 

 

ଏଇ ସାଗରର ନୀଳ ଉର୍ମି ମାଳରେ 

ନାଚେ ତାଳେ ତାଳେରେ 

ଜଳ ପରୀ ମୁଁ ନାଚେ, ଝୁମି ଝୁମିରେ। ୦।

 

ଅତି ଆଦର ମୋର ବେଳା ଭୂମିକୁ 

ଚୁମ୍ବି ଯାଏ ମୁଁ ଆସି ଥର ଥରକୁ 

ଉଦଣ୍ଡ ବାଦ୍ଯ ନାଦେ ନୃତ୍ୟ ମୋହର 

ଢଳି ଢଳି ମୋ ନୃତ୍ୟ ପାରାବାରାରେ। ୧।

 

ସମୀର ବଂଶୀ ସ୍ୱନେ ହୁଏ ଅଧିର 

ଝାଉଁ ବନାନୀ ଡାକେ ଥରକୁ ଥର 

ମୋର ପରଶେ ଜାଗେ କାମନା ତାର 

ମିଳନେ ଲୀନ ହୁଏ ନୀଳ ସାଗରେ। ୨।

 

ଉତ୍ତେଜିତ ମୋ ତନୁ ବେଳା ଭୂମିରେ ବାଲୁକା ରାଶି ମୋତେ ଆଦର କରେ 

ଆମ୍ଭ ମିଳନ କାହିଁ ଯୁଗ ଯୁଗର 

ତା ପ୍ରିତୀ ଦାନେ ତୁଷ୍ଟେ ନାଚେ ଝୁମିରେ। ୩।

ଗଙ୍ଗନଗର ପଲ୍ଲୀ, 

ଭୂବନେଶ୍ବର।

Related posts

ରାଉରକେଲା – କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ହାଇୱେ କୀଳା’ ମଞ୍ଚସ୍ଥ

Sunil Chandra Nayak

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!