ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ନିତି ଚାଲୁଥିବି ଧରି ତୁମ ନାମ

     ଭଜୁଥିବି ହରିରାମ

ଶୁଣୁଥିବି ନିତି ଭଜନ କୀର୍ତ୍ତନ

    ଛାଡୁଥିବ ପାପ କର୍ମ।

 ବଞ୍ଚିବା ହୋଇବ ସଂଗ୍ରାମ କରିକି

    ଭାଗ୍ୟ ଥିବ ପ୍ରଭୁ ସାହା

ସଂଘର୍ଷ ନଥିଲେ ଜୀବନର ସ୍ବାଦ

   କମ ପଡ଼ିଯିବ ରାହା।

ଜୀବନ ନଉକା କାତ ମାରି ମାରି

    କୂଳରେ ପହଞ୍ଚି ହବ

 ଜୀବନ ପାଇଁକି ଆନନ୍ଦ ଉଲ୍ଲାସ

   ଖୁସିରେ ମିଳେ ଗୈାରବ।

ଭକତି ଯେତିକି ଶକତି ସେତିକି

    ପ୍ରୟୋଗ ହୋଇବ ମୂଳ

ଦୟା କ୍ଷମା ଗୁଣ ଯାହା ହୃଦେ ଜନ୍ମ

        ସବୁଠି ହୁଏ ସଫଳ।

ଈଶ୍ୱର ଚାହିଁଲେ ଭାଗ୍ୟସାହା ଦେଲେ

       ଜନର ହୁଏ ମଙ୍ଗଳ 

କେଉଁ କାମ ସେହି ହାରିଯାଏ ନାହିଁ

    ସବୁ କାମ ତା ସଫଳ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

ଉର୍ଲାଦନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉଦାହରଣ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁସ୍ମିତା

Leave a Comment

error: Content is protected !!