ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ପଞ୍ଚାୟତ ରେ ସର୍ଵ ସାଧାରଣ ସମ୍ପତ୍ତି ନିଲାମ ବୈଠକ ଅନୁଷ୍ଠିତ

କୋକସରା,୨୨/୬- ( ମ ନି ସ  ) ବୁଧବାର କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ନିୟନ୍ତ୍ରଣ ଓ ପରିଚାଳନା ଅଧୀନରେ ଥିବା ସର୍ଵ ସାଧାରଣ ସମ୍ପତ୍ତି ହାଟ, ବଜାର,ବନ୍ଧ କଟା,ଫଳ ବଗିଚା ଇତ୍ୟାଦି କୁ ଆସନ୍ତା ୨୦୨୨/୨୩ ଓ ପରବର୍ତ୍ତୀ ବର୍ଷ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ମୂଲ୍ୟ ମିଆଦ ଅନୁସାରେ ନିଲାମ ପାଇଁ ଏକ ବୈଠକ କୋକସରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଲାମ ବୈଠକ ରେ କୋକସରା, ଚିଲିଗୁଡା ଗଡରାମାଲ ଓ ନୂଆପଡା ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ। ପଞ୍ଚାୟତ ର ପ୍ରତି ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ଏହି ନିଲାମ ପ୍ରକ୍ରିୟା ରେ ଆଗ୍ରାଧିକାର ଦିଆଯାଇଛି। ନିଲାମ ବୈଠକରେ ବ୍ଲକ ଅଧିକାରୀ ଅଶୋକ କୁମାର ସେଠୀ ସମେତ ପଞ୍ଚାୟତ ପିଇଓ ବିରଞ୍ଚି ଖରସେଲ, ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଉପସ୍ଥିତ ରହି ନିଲାମ ପ୍ରକ୍ରିୟା ପରିଚାଳନା କରିଥିଲେ। ଏଥିରେ ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବୋଲ୍ ବମ୍

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

Sunil Chandra Nayak

Leave a Comment

error: Content is protected !!