ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ଧନ୍ଯ ହେଲି ପ୍ରଭୂ

ଧନ୍ଯ ହେଲି ପ୍ରଭୂ

 

       କବିତା ସାହୁ  

 

କଳାଚାନ୍ଦ କଳା ମାଣିକ 

ଧନ୍ଯ ହେଲି ଦେଖି ତୁମ  ସ୍ବରୂପ। 

ପବିତ୍ର ହୋଇଲା ଅନ୍ତର ବାହାର

କୃପା କରୁଥିବ ଜୀବନ ଯାକ। 

କଳାଚାନ୍ଦ କଳା ମାଣିକ।  ୧

ଦେଖି ତୁମ ନାନା ସୁବେଶ 

ଚର୍ମ ନେତ୍ର ହେଲା ପବିତ୍ର। 

ଶୁଣି ତୁମ ନାମ କୀର୍ତ୍ତନ 

ପବିତ୍ର ହୋଇଲା ମୋର କର୍ଣ୍ଣ ।

କଳାଚାନ୍ଦ କଳା ମାଣିକ। ୨

ଧରି ତୁମ ନାମ ତୁଣ୍ଡ ମୋ ପବିତ୍ର 

କର ତାଳି ମାରି ହାତ ପବିତ୍ର। 

ବଡ଼ଦାଣ୍ଡ ଛୁଇଁ ଧନ୍ଯ ପାଦ ଦୁଇ 

ନାଚି ହୋଇଲା ସେତ ପବିତ୍ର ।

କଳାଚାନ୍ଦ କଳା ମାଣିକ। ୩

ମନ ବୁଦ୍ଧି ଚିତ୍ତ ହୋଇଲା ପବିତ୍ର 

ମହାପ୍ରସାଦ  ତୁମ ଖାଇ ତ।

ମନରୁ କଳୁଷ ନାଶ ହୋଇ ଗଲା 

ପଡି ଗଲା ତୁମ କୃପା ଦୃଷ୍ଟି ତ।

କଳାଚାନ୍ଦ କଳା ମାଣିକ। ୪

ଧନ୍ଯ ହେଲି ଦେଖି ତୁମ ସ୍ବରୂପ।

ଜୟପୁର

Related posts

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

Sunil Chandra Nayak

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

Sunil Chandra Nayak

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!