ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ଧନ୍ଯ ହେଲି ପ୍ରଭୂ

ଧନ୍ଯ ହେଲି ପ୍ରଭୂ

 

       କବିତା ସାହୁ  

 

କଳାଚାନ୍ଦ କଳା ମାଣିକ 

ଧନ୍ଯ ହେଲି ଦେଖି ତୁମ  ସ୍ବରୂପ। 

ପବିତ୍ର ହୋଇଲା ଅନ୍ତର ବାହାର

କୃପା କରୁଥିବ ଜୀବନ ଯାକ। 

କଳାଚାନ୍ଦ କଳା ମାଣିକ।  ୧

ଦେଖି ତୁମ ନାନା ସୁବେଶ 

ଚର୍ମ ନେତ୍ର ହେଲା ପବିତ୍ର। 

ଶୁଣି ତୁମ ନାମ କୀର୍ତ୍ତନ 

ପବିତ୍ର ହୋଇଲା ମୋର କର୍ଣ୍ଣ ।

କଳାଚାନ୍ଦ କଳା ମାଣିକ। ୨

ଧରି ତୁମ ନାମ ତୁଣ୍ଡ ମୋ ପବିତ୍ର 

କର ତାଳି ମାରି ହାତ ପବିତ୍ର। 

ବଡ଼ଦାଣ୍ଡ ଛୁଇଁ ଧନ୍ଯ ପାଦ ଦୁଇ 

ନାଚି ହୋଇଲା ସେତ ପବିତ୍ର ।

କଳାଚାନ୍ଦ କଳା ମାଣିକ। ୩

ମନ ବୁଦ୍ଧି ଚିତ୍ତ ହୋଇଲା ପବିତ୍ର 

ମହାପ୍ରସାଦ  ତୁମ ଖାଇ ତ।

ମନରୁ କଳୁଷ ନାଶ ହୋଇ ଗଲା 

ପଡି ଗଲା ତୁମ କୃପା ଦୃଷ୍ଟି ତ।

କଳାଚାନ୍ଦ କଳା ମାଣିକ। ୪

ଧନ୍ଯ ହେଲି ଦେଖି ତୁମ ସ୍ବରୂପ।

ଜୟପୁର

Related posts

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ଆବେଗ

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!