ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା କଳିଆ ଲୋକଙ୍କୁ ଦୂରୁ ଜୁହାର

କଳିଆ ଲୋକଙ୍କୁ ଦୂରୁ ଜୁହାର

 

ନିରୁପମାପାଣି

 

କଳିଆ ଲୋକଙ୍କୁ ଦୂରୁ ଜୁହାର ଲୋ

ପାଦରେ ମୁଣ୍ଡିଆ ତାଙ୍କ 

ପରଦୋଷଦେଇ ଦିନ ସାରୁଥିବେ

ମିଛେ ହେଇ ସକ ସକ!!

ଅନ୍ୟ ର ଗୁଣକୁ ତର୍ଜମା କରିବେ

ନିଜ ଦୋଷ ଦେଖିବେନି!!

ଡରେଇ ହୁଲେଇ କାମ ଉଠେଇବେ

ବିଶ୍ୱାସ ତାଙ୍କୁ କରନି!!

କାହା ସୁଖ ଶିରୀ ଆଖିରେ ଯିବନି

ଯେତେ କଳି ହୁଡିଙ୍କର

ରାଉ ରାଉ ହୋଇ ଦେଖେଇବେ ଭାଉ

ଜିତିବା ନିଶା ତାଙ୍କର!!

କେହି ନମିଳିଲେ କଳି କରିବାକୁ

ଗୋଡ ହାତ କଚାଡିବେ

ବାସନ କୁସନ ଫୋପାଡି ଛିଞ୍ଚାଡି

କାହା ସହ ଲଗାଇବେ!!

ଧୀର ସ୍ଥିର କେହି ଯଦି ବସିରହେ

ବସାଇ ଦେବେନି ସେହି

ଚୁନା କରିଦେବେ ସୁନା ଘରଟାକୁ

ନିଜର ଫାଇଦା ପାଇଁ!!

ନିଜ ପେଟ ପାଟି ନିଜେ ପୁରାଇବେ

ଦେଖିବେନି କାହା ସ୍ୱାର୍ଥ 

ଏମିତି କଳିଆ ଥିବେ ଯାହାଘରେ

ଜୀବନ ତାହାର ବ୍ୟର୍ଥ!!

ସରଳ ଲୋକଙ୍କ ଲାଗି କାଳ ଏହି

ଅଭୀନେତା କଳିହୁଡି

ସୁଖିଲା ଯାଗାରେ ବୁଡାଇ ମାରିବେ

ନିଜ ସୀମା ଯାଇ ହୁଡି!!

   

ଚାନ୍ଦବାଲି , ଭଦ୍ରକ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ନିଆଁ

Sunil Chandra Nayak

ବେହେରା ପଡା ରାସ୍ତା ସୁଧୁରିବ କେବେ? 

Sunil Chandra Nayak

Leave a Comment

error: Content is protected !!