ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

ଏକ ନୂଆ ସକାଳ

 

ଉପେନ୍ଦ୍ର କୁମାର ବସ୍ତିଆ

 

ସଂସାରର ରଙ୍ଗ ମଞ୍ଚରେ 

ଅନେକ ଅଭିନୟ କରି କରି 

କ୍ଳାନ୍ତ ମୁଁ ହୋଇନି କେବେ 

ହେଲେ••••

କ୍ରାନ୍ତି ମୋ ଆସିଛି ମନରେ ।

ଜୀବନର ଚଲାପଥେ 

ବହୁଦୂର ଚାଲି ଚାଲି 

ଥକି ମୁଁ ପଡିନି କେବେ 

ହେଲେ••

ବିଷାଦ ଘାରିଛି ମନରେ ।

ଏ ଜୀବନ ନାଟକ 

ଅବଶେଷ ପୂର୍ବରୁ 

ବହୁ ନାଟକରେ ସମ୍ରାଟ 

ବା ଖଳ ନାୟକ ହୋଇ 

ପରି ଦର୍ଶକ ମାନଙ୍କୁ 

ହସାଇଛି କନ୍ଦାଇଛି 

ସୁନେଲି ରଙ୍ଗ ମଞ୍ଚରେ 

ହେଲେ••••

ହୃଦୟ ବେଦନା ଚାପି 

ହୋଇଯାଏ ଅନ୍ତରର 

ନିଭୃତ କୋଣରେ ।

ଦିନପରେ ରାତି ଆଉ 

ରାତି ପରେ ଦିନ 

ଗଡିଗଡି ଯାଏ ସମୟ  

ସ୍ରୋତରେ ।କେବେ 

କେବେ ଅମୀର କେବେ

ବା ଫକୀର ସାଜୁଥିବି

ସୁନେଲି ରଙ୍ଗ ମଞ୍ଚରେ ।

ଏହିପରି ଉଥାନ୍ ପତନ 

ଭିତରେ ହଜିଯିବି ଦିନେ 

ଦୁନିଆ ବୁକୁରେ ।

ଭୁଲି ଜୀବନର ବିକାଶ  

ସୋପାନ ସକଳ ସନ୍ତାପ 

କରି ଅବସାନ ଆଶାର

 ସାଉଧ ଭାଜି ଏ ମହିରେ 

ମିଶିଯିବ ଦେହ ଏ ଧରା 

ମାଟିରେ, ଯାହା ନ ପାଇଲି 

ଜୀବନ ଜାକରେ ତାହା ମୁଁ

ଖୋଜିବି ଆର ଜନମରେ 

କ୍ଳାନ୍ତ ମୁଁ ହେବିନାହିଁ କେବେ 

ଆସିବି ମୁଁ ଆଉ ଏକ ନୂଆ

 ସକାଳରେ ।

ରାଉରକେଲା

Related posts

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମରୂଦ୍ୟାନର କବିତା 

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!