ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

ଏକ ନୂଆ ସକାଳ

 

ଉପେନ୍ଦ୍ର କୁମାର ବସ୍ତିଆ

 

ସଂସାରର ରଙ୍ଗ ମଞ୍ଚରେ 

ଅନେକ ଅଭିନୟ କରି କରି 

କ୍ଳାନ୍ତ ମୁଁ ହୋଇନି କେବେ 

ହେଲେ••••

କ୍ରାନ୍ତି ମୋ ଆସିଛି ମନରେ ।

ଜୀବନର ଚଲାପଥେ 

ବହୁଦୂର ଚାଲି ଚାଲି 

ଥକି ମୁଁ ପଡିନି କେବେ 

ହେଲେ••

ବିଷାଦ ଘାରିଛି ମନରେ ।

ଏ ଜୀବନ ନାଟକ 

ଅବଶେଷ ପୂର୍ବରୁ 

ବହୁ ନାଟକରେ ସମ୍ରାଟ 

ବା ଖଳ ନାୟକ ହୋଇ 

ପରି ଦର୍ଶକ ମାନଙ୍କୁ 

ହସାଇଛି କନ୍ଦାଇଛି 

ସୁନେଲି ରଙ୍ଗ ମଞ୍ଚରେ 

ହେଲେ••••

ହୃଦୟ ବେଦନା ଚାପି 

ହୋଇଯାଏ ଅନ୍ତରର 

ନିଭୃତ କୋଣରେ ।

ଦିନପରେ ରାତି ଆଉ 

ରାତି ପରେ ଦିନ 

ଗଡିଗଡି ଯାଏ ସମୟ  

ସ୍ରୋତରେ ।କେବେ 

କେବେ ଅମୀର କେବେ

ବା ଫକୀର ସାଜୁଥିବି

ସୁନେଲି ରଙ୍ଗ ମଞ୍ଚରେ ।

ଏହିପରି ଉଥାନ୍ ପତନ 

ଭିତରେ ହଜିଯିବି ଦିନେ 

ଦୁନିଆ ବୁକୁରେ ।

ଭୁଲି ଜୀବନର ବିକାଶ  

ସୋପାନ ସକଳ ସନ୍ତାପ 

କରି ଅବସାନ ଆଶାର

 ସାଉଧ ଭାଜି ଏ ମହିରେ 

ମିଶିଯିବ ଦେହ ଏ ଧରା 

ମାଟିରେ, ଯାହା ନ ପାଇଲି 

ଜୀବନ ଜାକରେ ତାହା ମୁଁ

ଖୋଜିବି ଆର ଜନମରେ 

କ୍ଳାନ୍ତ ମୁଁ ହେବିନାହିଁ କେବେ 

ଆସିବି ମୁଁ ଆଉ ଏକ ନୂଆ

 ସକାଳରେ ।

ରାଉରକେଲା

Related posts

ଘୋଡ଼ା ଡିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା ଜୀବନ ଲତା……!!

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!