ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଶିଶୁ ସାମ୍ବାଦିକତା କର୍ମଶାଳା

ନର୍ଲା (ମନିସ): ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଏକ ଶିଶୁ ସାମ୍ବାଦିକତା କର୍ମଶାଳା ଆୟୋଜିତ ହୋଇଯାଇଛି। ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ଏଡିପି ନର୍ଲାର ପ୍ରୋଗ୍ରାମ୍ ମେନେଜର୍ ପିଭି କ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂସ୍କୃତିବିତ୍ ତଥା ଶିକ୍ଷାବିତ୍ ଜଗୁଲାଲ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସାମ୍ବାଦିକ ଦୀପକ ଠାକୁର ଓ ତ୍ରିଲୋଚନ ଗୌଡ଼ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏଥିରେ ଶିଶୁ ସାମ୍ବାଦିକତା ସହ ଶିଶୁମାନଙ୍କର ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ଉନ୍ନତିର ଅଧିକାର ଓ ସହଭାଗିତାର ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ନର୍ଲା ବ୍ଲକର ୧୧ଟି ଗ୍ରାମପଞ୍ଚାୟତରୁ ୬୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଶିଶୁ ସାମ୍ବାଦିକତା ଉପରେ ଜ୍ଞାନ ଆହରଣ ସହ ନିଜ ଅଞ୍ଚଳରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ଉନ୍ମୋଚନ କରିଥିଲେ। ୱାର୍ଲ୍ଡ ଭିଜନ୍ ଇଣ୍ଡିଆର ପ୍ରତିମା ତାଣ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଲୋମନ୍ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ସୁଷମା କର, ବବଲୁ ମହାନନ୍ଦ, ଈମାନୁଏଲ୍ ହନୁମାନ, ରୂପକା ଡାଭିଡୁ ପ୍ରମୁଖ କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ। ଶିଶୁ ସାମ୍ବାଦିକମାନଙ୍କ ପ୍ରତିଭାର ବିକାଶ ପାଇଁ ଆଗାମୀ ଦିନରେ ଏକ ତ୍ରୈମାସିକ ଶିଶୁ ସମ୍ବାଦ ପତ୍ରିକା ପ୍ରକାଶ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଯୁବକଙ୍କ ଆତ୍ମ ହତ୍ୟା

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ମୁଁ ଫୁଲ

ତିରିଂ ଭଗାଵନ୍ଦି ଗ୍ରାମରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା  

Sunil Chandra Nayak

Leave a Comment

error: Content is protected !!