ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

ବାଲେଶ୍ବର,୨୪/୬/୨୨- ଖଇରା ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୧୨ତମ ଜନ୍ମଦିନ ପାଳିତ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ଖଇରା ବଜାରରେ ଥିବା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଗୋବିନ୍ଦ ଚନ୍ଦ୍ର ପଣ୍ଡା ସ୍ମୃତି କମିଟି ତରଫରୁ ପାଳନ ହୋଇଥିଲା । ଏହି ପରିପ୍ରେକ୍ଷୀରେ କମିଟିର ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ, ଉପ-ସଭାପତି ବୁଦ୍ଧିରାମ ପାଣିଗ୍ରାହୀ, ଆବାହକ ଅଭିରାମ ମହାପାତ୍ରଙ୍କ ସମେତ ମୁକ୍ତିକାନ୍ତ ଶତପଥୀ, ଚିନ୍ତାମଣି ସାହାଣୀ, ପୁତ୍ର ଗଗନ ବିହାରୀ ପଣ୍ଡା, ଦେବେନ୍ଦ୍ର କୁମାର ରାଉତ, କୈଳାସ ଚନ୍ଦ୍ର ପୃଷ୍ଟି, ନାରାୟଣ ଚନ୍ଦ୍ର ପେଡା, ନିରଞ୍ଜନ ବେହେରା, ରାମକୃଷ୍ଣ ପଟ୍ଟନାୟକ, ଦେବାଶିଷ ମହାନ୍ତି ଓ ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇ ସ୍ବର୍ଗତ ପଣ୍ଡାଙ୍କ ବହୁବିଧ ଗୁଣାବଳୀ ଉପରେ ଆଲୋଚନା କରିଥିଲେ । ସ୍ବର୍ଗତ ପଣ୍ଡା ଜଣେ ବହୁ ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ସେ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ମଧ୍ୟ ପରିଚିତ ଥିଲେ । ମାହାତ୍ମ୍ୟା ଗାନ୍ଧୀଙ୍କ ନୀତି ଆଦର୍ଶକୁ ସାରା ଜୀବନ ଅନୁସରଣ କରି ବାଟ ଚାଲୁଥିଲେ ଏବଂ ଲୋକମାନଙ୍କୁ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାଟ ଚାଲିବାକୁ ସୁପରାମର୍ଶ ଦେଉଥିଲେ । ସେ ଜଣେ ସମାଜସେବୀ ଥିବାରୁ ଦରିଦ୍ର, ଅସହାୟ, ଗରିବ ଓ ଦୀନଦୁଃଖି ମାନଙ୍କ ଦୁଃଖ ଦେଖି ରହି ପାରୁନଥିଲେ । ଯଥା ସମ୍ଭବ ସେମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଉଥିଲେ । ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ, ଅନୁଷ୍ଠାନ ଗଢିବା ଇତ୍ୟାଦି ଅନେକ ସମାଜ ଉପଯୋଗୀ କାର୍ଯ୍ୟ କରିବା ତାଙ୍କର ନିଶା ଥିଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ନିଜ ହାତରେ ସୂତକାଟି ଲୁଗାବୁଣି ପିନ୍ଧୁଥିଲେ । ଖଇରା ଅଞ୍ଚଳରେ ବହୁ ଅନୁଷ୍ଠାନ ତାଙ୍କରି ପ୍ରଚେଷ୍ଟାରେ ଗଢି ଉଠିଛି । ତାଙ୍କର ବହୁବିଧ ପ୍ରତିଭାରେ ମୁଗ୍ଧ ହୋଇ ଏ ଅଞ୍ଚଳବାସୀ ତାଙ୍କ ଖଇରା ଗାନ୍ଧୀ ବୋଲି ଡାକୁଥିଲେ । ତେଣୁ ଏ ଅଞ୍ଚଳ ତାଙ୍କୁ ଖଇରା ଗାନ୍ଧୀ ଭାବେ ଆଜି ପର୍ଯ୍ୟନ୍ତ ମନେ ରଖିଛି ଏବଂ ଭବିଷ୍ୟତରେ ମନେ ରଖିଥିବେ ମଧ୍ୟ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

ବେଆଇନ ଭାବେ ବିଦେଶୀ ମଦ ଚାଲାଣ ବେଳେ ୨ ଯୁବକ ଗିରଫ ବିଦେଶୀ ମଦ ଜବତ

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!