ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

 

ନଳିନୀ ପ୍ରଭା ମିଶ୍ର

 

ଉଷ୍ଣ ମାଟିରେ ପହିଲି ମୋୖସୁମୀ ର

     ଅସରାଟି ଯେବେ ଛୁଏଁ

ଆନମନା ହୁଏ ଧରଣୀ ରାଣୀଟି

  ମନ କଥା ଖୋଲି କହେ।

ରଜସ୍ଵଳା ମାଟି ରଜ ତିନିଦିନ

  ଧରି ନିଜ ଅସ୍ପୃଶ୍ୟତା

ନିଷେଧ ଆଜ୍ଞାରେ ବ୍ରୀଡାବତୀ ସାଜି

  ମନେ ମାରେ ମନକଥା।

ଗ୍ରୀଷ୍ମ ତାପିତ ଶୁଷ୍କ ତନୁର

  ବଲ୍ଲରୀ ବିରହୀ ସାଜି

ମୋୖସୁମୀ ପରଶେ ଧର୍ଷିତା କର୍ଷିତା

  ବିକଶିତ ତନୁ ରାଜି।

ସୃଷ୍ଟି ର ଆଦିମ ପ୍ରବୃତ୍ତି ସେହି

  ସଙ୍ଗମର ମୂଳ ଲକ୍ଷ୍ୟ

ନୂତନ ସୃଜନ ପ୍ରତି ସେ ଭାଜନ

  ମଣିଥାଏ ମହା ସୁଖ।

ସିରି ସିରି ବାଆ ଧରି ସାଥେ 

  ତା’ର ଝରାଏ ବର୍ଷା ବାରି

ପହିଲି ପରଶେ ଭିଜାଏ ମାଟିକୁ

  ଦିଏ ଆନମନା କରି।

କମଳ ଜାଣ ଇ ରବିର ପରଶ

  ଗହନ ପ୍ରୀତିର ଭାବ

ମାଟି ଜାଣିଥାଏ ପହିଲି ବରଷା

  ପରଶର ଅନୁଭବ।

ନିଆରା ତା ବାସ୍ନା ଆଶା ଓ

  ବିଶ୍ବାସ ଯୁଗ ଯୁଗ ଧରି କହେ

ମାଟି ମୁଁ ଯେ ବର୍ଷା ମୋ ପ୍ରେମିକ

  ନିଚ୍ଛକ ବାର୍ତ୍ତା ଦିଏ।

ଭିଜାଇ ଦେହକୁ ତା ପୁଲକ କଥା

  ମାଟି ହିଁ କେବଳ ଜାଣେ

ମାଟି ବର୍ଷା ର ଅଭେଦ୍ୟ ସମ୍ପର୍କ

  ଆଶା ସଞ୍ଚାରିତ ପ୍ରାଣେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଅସହାୟ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା

Sunil Chandra Nayak

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ

Sunil Chandra Nayak

ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!