ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ୍ ପରୀକ୍ଷାଫଳ ୨୯ରେ ବୋଲି ସୂଚନା

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ…..

ଚଳିତ ମାସ ୨୯ ତାରିଖ ଦିନ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ), ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ୍‌ ୨ତାରିଖ ସୁଦ୍ଧା ଉଭୟ ଅବ୍‌ଜେକ୍ଟିଭ୍ (ଓଏମ୍ଆର୍‌) ଓ ସବଜେକ୍ଟିଭ୍ ଖାତା ମୂଲ୍ୟାୟନ କାର୍ଯ୍ୟ ସରିଯାଇଥିଲା। ପରବର୍ତ୍ତି ସମୟରେ ରୋଲ ନମ୍ବର ସହ ମାର୍କର ମିସ୍‌ ମ୍ୟାଚ୍‌କୁ ବୋର୍ଡ ପକ୍ଷରୁ ସଂଶୋଧନ କରାଯାଇଥିଲା। ପରୀକ୍ଷାଫଳକୁ ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯଦି କୌଣସି ପ୍ରକାର ସମସ୍ୟା ରୁହେ, ତେବେ ଯାହା ବି ହେଉ ଜୁନ୍ ୩୦ ତାରିଖ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇ ଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ବୋର୍ଡ ପକ୍ଷରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍‌ ୨୯ତାରିଖ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବ‌େଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା। ବୋର୍ଡ ପକ୍ଷରୁ ମେ ୨୧ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ‌ହୋଇ ଜୁନ୍ ୨ତାରିଖରେ ଶେଷ ହୋଇଥିଲା। ମାଟ୍ରିକରେ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ‌ହୋଇଥିବା ବେଳେ ୫୦ ମାର୍କ ଅବ୍‌‌ଜେକ୍ଟିଭ୍(ଓଏମ୍‌ଆର୍‌) ଓ ୩୦ ମାର୍କ ସବ୍‌ଜେକ୍ଟିଭ୍ ପରୀକ୍ଷା କରାଯାଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

Sunil Chandra Nayak

Leave a Comment

error: Content is protected !!