ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକଲି ମାଓ ଆତଙ୍କର ପର୍ଦ୍ଧାଫାସ…

ସରକାରୀ ବାବୁଙ୍କ କଳା କାରନାମା, ଲାଲବାହିନୀର ପରିଚୟ ଦେଇ ଲୁଟୁଥିଲେ ଟଙ୍କା….

ଲୋଭର ବଶବର୍ତ୍ତୀ ହୋଇ ନିଜକୁ ଲାଲବାହିନୀର ପରିଚୟ ଦେଲେ ସରକାରୀ ବାବୁ । ହତ୍ୟା ଧମକ ଦେଇ ଲୋକଙ୍କଠୁ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା ।
ବିଳାସ ମୟ ଜୀବନ ଯାପନ କରିବା ପାଇଁ ନିଜକୁ ଲାଲବାହିନୀର ପରିଚୟ ଦେଉଥିଲେ ସରକାରୀ ବାବୁ । ଲୋଭର ବଶବର୍ତ୍ତୀ ହୋଇ ଲୋକଙ୍କୁ ହତ୍ୟା ଧମକ ଦେଇ ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏହି ହଡପ ଟଙ୍କାରେ ଗ୍ରାମରେ ବିଳାସପୂର୍ଣ୍ଣ ଘର ମଧ୍ୟ ନିର୍ମାଣ କରିଛନ୍ତି । ତେବେ କଳାହାଣ୍ଡି ପୋଲିସ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ଯୋଜନାକୁ ପଣ୍ଡ କରିଛି ।

ସରକାରୀ ବାବୁଙ୍କ କଳା କାରନାମା, ଲାଲବାହିନୀର ପରିଚୟ ଦେଇ ଲୁଟୁଥିଲେ ଟଙ୍କାକଳାହାଣ୍ଡି ଏସପିଙ୍କ ସୂଚନା ଅନୁସାରେ ଜିଲ୍ଲାର କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ ସୁନା ଥୁଆମୂଳ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ଥିବା ବେଳେ ବଡ଼ ଲୋକ ହେବାର ସ୍ବପ୍ନ ଦେଖିଥିଲେ । ନକଲି ମାଓବାଦୀ ନାଁରେ ନିଜର ଅନ୍ୟ ଜଣେ ସହଯୋଗୀ ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାଏକ ସହ ମିଶି ବିଭିନ୍ନ ସମୟରେ ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ । ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଳପାଟଣା ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମରାଜ ନାଏକଙ୍କୁ ଗତ ଜୁନ ୧୦ ତାରିଖରେ ଏହି ୨ ନକଲି ମାଓବାଦୀ ଫୋନ କରିଥିଲେ । ନିଜକୁ ମାଓବାଦୀ କହି ୨ ଲକ୍ଷ ଟଙ୍କା ଦେବାକୁ ମାଗିଥିଲେ ।ଟଙ୍କା ନଦେଲେ ତାଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ମିଳିଥିଲେ । ପରେ ହେମରାଜ ଥୁଆମୂଳ ରାମପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଫୋନ ଆସିଥିବା ନମ୍ବରକୁ ଟ୍ରାକ କରି ପୋଲିସ ଅଭିଯୁକ୍ତମାନଙ୍କ ସୂଚନା ପାଇଥିଲା । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରି ଅଭିଯୁକ୍ତ ନକଲି ମାଓବାଦୀଙ୍କୁ ଟଙ୍କା ଦେବା ଆଳରେ ହେମରାଜ ନାୟକ ଫୋନରୁ କଥା ହୋଇଥିଲା ପୋଲିସ

ଏକ ସ୍ଥାନକୁ ଡାକି ପୂର୍ବ ଯୋଜନା ଅନୁସାରେ ସେମାନଙ୍କ ସହ ହେମରାଜ କଥା ହେବା ସମୟରେ ମାଡି ବସିଥିଲା ପୋଲିସ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୩ଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଜରାଷଣ୍ଢ ସିନ୍ଦୁର ନିଜ ଗାଁ କେଗାଁ ଥାନା ଅନ୍ତର୍ଗତ ମାଦିଗୁଡାରେ ନିର୍ମାଣ କରୁଥିବା ଘରକୁ ମଧ୍ୟ ପୋଲିସ ସିଲ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଅଧିକ ପଚାର ଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି।

କଳାହାଣ୍ଡି ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉମାକାନ୍ତ ଦାସଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ନନ୍ଦ ଘର ର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ତାଲିମି ଶିବିର ଅନୁଷ୍ଠିତ

Sunil Chandra Nayak

ଛାତ୍ର ଙ୍କୁ ମାଡ଼ ମାରିଥିବା ଶିକ୍ଷକ ଙ୍କ ନାମରେ ମାମଲା ରୁଜୁ 

Sunil Chandra Nayak

Leave a Comment

error: Content is protected !!