ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ। ଏବେ ଆମ୍ବର ଋତୁ ଚାଲିଥିବା ବେଳେ ବଜାରରେ ଖୁବ ସହଜରେ ଆମ୍ବ ଉପଲବ୍ଧ ହେଉଛି। ଆପଣମାନେ ମଧ୍ୟ ଚଳିତ ବର୍ଷ ଆମ୍ବର ସ୍ବାଦ ଚାଖି ସାରିଥିବେ । ଏବେ ଲୋକମାନେ ସାରା ଦେଶରେ ଏକରୁ ଅଧିକ ବିଭିନ୍ନ ପ୍ରକାରର ଆମ୍ବର ସ୍ୱାଦ ଉପଭୋଗ କରୁଛନ୍ତି। ଏହି ସମୟରେ ବିହାରର ମୁଜାଫରପୁରରେ କୃଷକ ଭୂଷଣ ସିଂଙ୍କ ଚାଷ କରୁଥିବା ଆମ୍ବ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆମ୍ବର ଆକୃତି, ଆକାର ଏବଂ ରଙ୍ଗ ଏତେ ଭିନ୍ନ ଯେ ଲୋକେ ଏହାକୁ ଦେଖିବା ପାଇଁ ଲାଇନ ଲଗାଉଛନ୍ତି।ଭୂଷଣ ସିଂଙ୍କ ଅନୁଯାୟୀ ଏହି ଆମ୍ବ ସୁଗାର ଫ୍ରି ହୋଇଥିବା ବେଳେ ଏହାର ନାଁ ହେଉଛି ଆମେରିକାନ ବିୟୁଟି। ଏହା ଦେଖିବାକୁ ଅନ୍ୟ ଆମ୍ବଠାରୁ ଭିନ୍ନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟାଳୟର ପ୍ରାୟ ୬କିଲୋମିଟର ପୂର୍ବରେ ଅବସ୍ଥିତ ମୁଶାରୀ ଗାଁର ବାସିନ୍ଦା କୃଷକ ଭୂଷଣ ସିଂ ପଶ୍ଚିମବଙ୍ଗରୁ ଏହି କିସମର ଆମ୍ବ ଗଛ ଆଣି ତାଙ୍କ ଉଦ୍ୟାନରେ ଲଗାଇଛନ୍ତି। ପ୍ରାୟ ଛଅ ବର୍ଷ ପରେ ଏହା ଫଳ ଦେବା ଆରମ୍ଭ କରିଛି। ଗତ ଦୁଇ ବର୍ଷ ହେଲାଣି ଗଛରେ ଆମ୍ବ ଫଳୁଛି। ଭୂଷଣ ସିଂଙ୍କ ଅନୁଯାୟୀ, ଆମ୍ଭଟି ଆରମ୍ଭରୁ ପାଚିବା ପର୍ଯ୍ୟନ୍ତ ୧୬ଥର ରଙ୍ଗ ବଦଳାଇଥାଏ। ସାଧାରଣତଃ ଏହା ଓଜନ ୪୦୦ଗ୍ରାମ ରହିଥିବା ବେଳେ ପାଚିବା ସମୟରେ ଏହାର ଓଜନ ଅଧ କିଲୋରୁ ଅଧିକ ହୋଇଯ‌ାଏ। ଆମ୍ବଟି ସୁଗାର ଫ୍ରି ହୋଇଥିବାରୁ ଏହା ଅନ୍ୟ ଆମ୍ବ ଅପେକ୍ଷା କମ ମିଠା ହୋଇଥାଏ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

Sunil Chandra Nayak

ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ମୌଜାକୁ ବିଭକ୍ତ ନ କରିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!