ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଉଡୋଳା ଗାଁ ରେ ଡକାୟତି, ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

କୋକସରା,୨୬/୬-  ( ମ ନି ସ ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନ ରେ ଥିବା କାଉଡୋଳା ଗ୍ରାମର ସୁରଥ ସରାବୁ(୬୫) ଙ୍କ ଘରେ ଶନିବାର ବିଳମ୍ବିତ ରାତ୍ରରେ ଡକାୟତି ହୋଇଥିବା ଜଣା ପଡିଛି । ରାତ୍ର ପ୍ରାୟ ୧ ଟା ସମୟରେ ୪ ଜଣ ଡକାୟତ ଘରେ ପଶି ପ୍ରଥମେ ସିସି ଟିଭି କ୍ୟାମେରା ଭାଙ୍ଗିବା ସହ ସିସିଟିଭି ହାର୍ଡଡିସ୍କ କୁ ଅକାମି କଲା ପରେ ଲୁଟପାଟ କରିବା ସହ ଘର ମାଲିକ ସୁରଥ ସରାବୁ ଓ ତାଙ୍କ ପତ୍ନୀ ରେମତି ସରାବୁ(୫୫) ଙ୍କୁ ଆକ୍ରମଣ କରି ୭୦ ହଜାର ଟଙ୍କା ଓ ୭ ଭରି ସୁନାଗହଣା ନେଇ ଫେରାର ମାରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର । ପରେ ଦମ୍ପତ୍ତିଙ୍କ ଚିତ୍କାର ଶୁଣି ପରିବାର ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ଗୁରୁତର ଦମ୍ପତି ଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରିଥିଲେ। ଏନେଇ ପରିବାର ଙ୍କ ଠାରୁ ଅଭିଯୋଗ ପରେ ଆମପାଣି ପୋଲିସ ଅଧିକାରୀ ଚତ୍ରୁର୍ଭୁଜ ନାଏକ ସହ ଟିମ ରାତି ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଡକାୟତି ସମ୍ପର୍କରେ ଆମପାଣି ଥାନା ଅଧିକାରୀ ଧର୍ମଗଡ ଏସ.ଡି.ପି.ଓ ଧିରଜ କୁମାର ଚୋପଦାର ଙ୍କୁ ଜଣାଇବା ପରେ ଏସ.ଡି.ପି.ଓ ଙ୍କ ନେତୃତ୍ୱରେ ଜୁନାଗଡ଼ ଆଇ.ଆଇ.ସି ଉତ୍ତମ କୁମାର ସାହୁ, କୋକସରା ଆଇ.ଆଇ.ସି ପ୍ରସନ୍ନ ବେହେରା ସମେତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି ପୋଲିସ ଟିମ। ତେବେ ପୋଲିସ ତଦନ୍ତ ସମୟରେ ସିସିଟିଭି ର ଯନ୍ତ୍ରାଂଶ ବାଞ୍ଜିବାହଲ ଗାଁ ନିକଟରେ ଥିବା ଏକ ପଡିଆ ରେ ଭଙ୍ଗାରୁଜା ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ପୋଲିସ ଟିମ ପାରିପାର୍ଶ୍ବିକ ଅବସ୍ଥା, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ଡକାୟତ ଙ୍କ ଗତିବିଧି ସହ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ଡକାୟତ ଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚାଲିଛି ଓ ଶୀଘ୍ର ପୋଲିସ କବ୍ଜା ରେ ଡକାୟତ ମାନେ ଧରାପଡିବେ ବୋଳି ଏସ.ଡି.ପି.ଓ ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି। ଡକାୟତି ମାମଲା କୁ ନେଇ ଆମପାଣି ଥାନା ରେ କେଶ ନମ୍ବର ୬୫/୨୨ ରୁଜୁ ହୋଇଥିବା ନେଇ ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ସୁଚନା ଦେଇଛନ୍ତି।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

Sunil Chandra Nayak

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!