ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜମିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର

 ଚିଲିଗୁଡା ( ମ ନି ସ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମ ପଞ୍ଚାୟତ ର ଭେଜିପଡା ଗ୍ରାମର ଅଭିମନ୍ୟୁ ଭଏସାଲ ଙ୍କ ଜମିରୁ ଆଜି ସ୍ନକେ ହେଲ୍ପ ଲାଇନର ସଦସ୍ୟ ବିରେନ୍ଦ୍ର କୁମାର ସାହୁ ଙ୍କ ଦ୍ଵାରା ୧୧ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ ।ଏହି ସାପକୁ ଦେଖିବା ପାଇଁ ଲୋକଙ୍କର ଭାରି ଭିଡ଼ ଦେଖିବାକୁ ମିଳିଥିଲା । ନିଜ ଜୀବନକୁ ବାଜି ଲଗାଇ ଶ୍ରୀ ସାହୁ ଅନେକ ଲୋକଙ୍କ ସେବାରେ ନିୟୋଜିତ ହେବାରୁ ତାଙ୍କୁ ଅଞ୍ଚଳ ବାସୀ ଭୁୟସୀ ପ୍ରଶଂସା କରିଥିଲେ ।ଏହି ଅଜଗର ସାପ ଉଦ୍ଧାର ପରେ ବନ କର୍ମଚାରୀ ଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ସ୍ନକେ ହେଲ୍ପ ଲାଇନର ସଦସ୍ୟ ସାପକୁ ଛାଡିଥିଲେ ।ଏଥିରେ ଦାସିଗାଁ ଗ୍ରାମର ପ୍ରକାଶ ପ୍ରହରାଜ ,ଗଜାନନ ନ।ଏକ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚୋରୀ ଅଭିଯୋଗରେ ୪ ଗିରଫ

Sunil Chandra Nayak

ବିଶ୍ବ ପୋଲିଓ ଦିବସ ପାଳନ

Sunil Chandra Nayak

ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତି ମୃତ

Sunil Chandra Nayak

Leave a Comment

error: Content is protected !!