ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ନିଶାଦ୍ରବ୍ଯ ନିଷେଧ ଦିବସ ଅବସରରେ ସଚେତନତା କାର୍ଯ୍ଯକ୍ରମ

ଭୁବନେଶ୍ୱର:୨୬/୬- :- ୨୬/୬/୨୦୨୨- ଆଜିର ଦିନରେ ସ୍ବେଚ୍ଛାସେବୀ ସାମାଜିକ ସଂଗଠନ “କର ଫାଉଣ୍ତେସନ୍” ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ଯ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ଯକ୍ରମ ଓ “ୟୁଥ୍ ଫର ଭଲ୍ଯୁଣ୍ଟରୀ ଓ୍ବାର୍କା” ର ଅଧ୍ଯକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ଯାଟିନ୍ ଛକରେ ଅନୁଷ୍ଠିତ ହୋଇଯାଇଛି। ନିଶାଦ୍ରବ୍ଯର ଦୁରୁପଯୋଗୀ ଓ ଅବୈଧ ବ୍ଯାପାର ଅନେକ ଦିନରୁ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ୭ ଡିସେମ୍ବର ୧୯୮୭ରେ ସଂଯୁକ୍ତ ରାଷ୍ଟ୍ରମାନଙ୍କ ମହାସଭାରେ ସବୁ ବର୍ଷ ଜୁନ୍ ୨୬ ତାରିଖକୁ ଆନ୍ତର୍ଜାତିକ ନିଶାଦ୍ରବ୍ଯ ନିଷେଧ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବହୁଳ ଭାବେ ଯୁବକ ମାନେ ନିଶାଗ୍ରସ୍ତ ହେବାକୁ ଲାଗିଲେଣି,ଯାହାକି ଏକ ଚିନ୍ତା ଓ ଦୁର୍ଭାଗ୍ୟଜନକ ବିଷୟ। ନିଶାର ପ୍ରଭାବ କେବଳ ଦେହ ପାଇଁ ଖରାପ ନୁହେଁ, ଏହା ପାରିବାରିକ ଓ ସାମାଜିକ ଜୀବନରେ ମଧ୍ୟ କୁପ୍ରଭାବ ପକାଏ ବୋଲି ଶ୍ରୀଯୁକ୍ତ ଅଲ୍ଲୀ କହିଥିଲେ। ସେଥିପାଇଁ ବେଳ ଥାଉ ଥାଉ ସାବଧାନ ହେବା ଉଚିତ୍। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ “ନିଶାକୁ ନା”,ନିଶାଦ୍ରବ୍ଯ ସ୍ବାସ୍ଥ୍ୟ ପ୍ରତି ହାନିକାରକ” ପ୍ରଭୃତି ନାରା ଦେଇ ସଚେତନତା କାର୍ଯ୍ଯକ୍ରମ କରିଥିଲେ। ଏତତ୍ ବ୍ଯତୀତ ନିଶା ଦ୍ରବ୍ଯ ଠାରୁ ଦୂରେଇ ରହିବା ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ବୋଲି ପ୍ରତିଜ୍ଞା କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା ” ଆଣ୍ଟି ଡ୍ରଗ ଅଭିଯାନ”କୁ ସଫଳତାର ସହ ଆଗକୁ ନେବାପାଇଁ ଶପଥ ନେଇଥିଲେ। ଆଜିର ଏହି କାର୍ଯ୍ଯକ୍ରମ ରେ ସମାଜସେବୀ ଅଭିନେତା ଚନ୍ଦନ କର,କର ଫାଉଣ୍ତେସନ୍ ର କୋଷାଧ୍ୟକ୍ଷ ଗୀତାଞ୍ଜଳି କର, ସୁଦର୍ଶନ ପ୍ରଧାନ,ବିନୋଦ ରାଉତ, ବ୍ରେନସ ଏଜୁକେସନାଲ ଟ୍ରଷ୍ଟର ସଦସ୍ଯା ବିନ୍ଦୁଜା ଉପାଧ୍ୟାୟ,ଅଶ୍ବିନୀ ପାଢ଼ୀ, ନଳିନୀକାନ୍ତ ନାୟକ, ସଞ୍ଜୟ, ଇରଫାନ୍,ଦେବାଶିଷ ମହାପାତ୍ର,ହରିଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

 

Related posts

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

Sunil Chandra Nayak

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

କୁମୁସି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଢେଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!