ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

ତୁମେ ଆସିଛ ମୌସୁମୀ 

 

ରୀତା ଅପରlଜିତା ମହାନ୍ତି

 

ତୁମେ ଆସିଛ ମୌସୁମୀ 

ସମ୍ବାଦପତ୍ର ଖବର ହେଇଛି

ସତ ତୁମେ ଆସିଛ ମୌସୁମୀ

ପାଦ ରେ ଛମ ଛମ କରି

କଳା ଓଢଣା ଟାଣି

ବିଜୁଳିର ପାଉଁଜି ନାଇ

ଆମ ଗରମ ସହର 

ଟିକେ ଥଣ୍ଡା ହେଲାଣି।

ଆଗ ପଡିଆ ରେ ଜମିଛି ପାଣି 

ଟୁନା ମୁନା

କାଗଜ ନଉକା 

ଭସଉଛନ୍ତି ପାଣିର ସୁଅରେ।

ବେଙ୍ଗ ରାଜା ଗାଇଲାଣି

କେଂ କଟର ଗୀତ।

ମୌସୁମୀ ର ଆଗମନେ

ମୋ ପ୍ରିୟା ମନ 

ଆନନ୍ଦରେ ରତ

ବାରମ୍ବାର ବାରମ୍ବାର

କରେ ଫୋନ ଆସିବାକୁ ଘରକୁ।

ଗରମ ଚା ସହ ପିଆଜ 

ପକୁଡି ସହ ସେ ମୋ

ଅପେକ୍ଷା ରତ।

ଏ ଦୁସ୍ତ ଚାକିରୀଆ ଜୀବନ 

ଅନେକ ମୌସୁମୀ

ଫେରେ ବିନା ସ୍ୱାଗତରେ।

ମିଠା ମାଟିର ମହକ 

ବାଜେ ନାକ ପୁଡ଼ାରେ

ତୁମେ ଆସିଛ ନିଦାଘର

ସବୁ ପୀଡ଼ା କମେଇ 

ଦେବାକୁ …….।

ତୁମେ ଆସିଛ ସାଜି ଅଭିସାରିକା

ତୁମେ ସବୁବେଳେ 

ସବୁ ବର୍ଷ ଆସ ଠିକ ସମୟ ରେ ଆସ ମୌସୁମୀ

ହେଉ ଧରଣୀ

ଆଉ ଆକାଶର ମହା ମିଳନ 

ତୁମେ ପ୍ରତ୍ୟେକ ଛିଟା ରେ

ପ୍ଲଟ ନ -୮୩(ସି) 
ଆମ୍ରପଲ୍ଲୀ ଭୁବନେଶ୍ୱର -୨୧

Related posts

ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ମୈଦାନରେ ମନ୍ତ୍ରୀ ଦିବ୍ୟଶଙ୍କର

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତୁଳସୀ

Sunil Chandra Nayak

Leave a Comment

error: Content is protected !!