ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ବିରଳ ପ୍ରେମ

     ବିରଳ ପ୍ରେମ

 

ଆଖିରେ ଆଖିରେ କଥା କୁହ ପ୍ରିୟା

     ଓଠ ଜମା ଖୋଲ ନାହିଁ

ଆଖି ତୁମ ଯେତେ କଥା କହିପାରେ

     ଓଠ କହିପାରେ ନାହିଁ

ଓଷ୍ଠାଧାର ତୁମ ଆହା କି ସୁନ୍ଦର

    ଆଙ୍କିଛି କି ଚିତ୍ରକର

ସେହି ମାଧୁରିମା ହଜିଯିବ ଯେବେ

       ଖୋଲିବ ତୁମ ଅଧର

ଗୋଲାପ ପାଖୁଡା ଓଠଟି ତୁମର

   ଥିରି ଥିରି ଯିବ ଥରି

କଥା ପଦେ ତୁମେ କହିବା ପୂର୍ବରୁ

     ମୋ ହୃଦୟ ହେବ ଘାରି

ଆଖି ସାଗରର ଢେଉକୁ ତୁମର 

     ପଢୁଥିବ ମୋର ଆଖି

ତୁମେ ଚୁପଚାପ ମୁଁ ବି ନୀରବ

    ଜହ୍ନ ତାରା ଥିବେ ସାକ୍ଷୀ

କାନ୍ଥ ତା’ର କାନ ଡେରିଥିବ ସିନା

      କିଛି ଶୁଣି ପାରିବନି 

ପବନ-ପାଟିଟା ଚୁପ୍ ରହିଯିବ

    ତିଳଟା ତାଳ ହେବନି

ଆମେ ଚୁପଚାପ ଆମ ଚାରିପଟେ

    ଚାପା ଚାପା ଗୁଞ୍ଜରଣ

ଈର୍ଷା ପକ୍ଷୀ ତା’ର ଡେଣା ଝାଡୁଥିବ

    ଆମ ପ୍ରେମ ଚିରନ୍ତନ

ନୀରବ ଭାଷାରେ ଆମରି ପ୍ରେମର

     ଜଗତେ ନାହିଁ ତୁଳନା

ନିନ୍ଦା ପ୍ରଶଂସାର ବିଚାର ଉର୍ଦ୍ଧ୍ବରେ

     ଆମର ପ୍ରେମ ନମୁନା

କବି ସମ୍ରାଟ କାବ୍ୟ ରସିକ ରାଜା

    ଉପେନ୍ଦ୍ର ଭଞ୍ଜ ଉପମା

କାଳଜୟୀ କରନ୍ତା ଶାଶ୍ୱତ ପ୍ରେମକୁ

     ଅଧୁରା ମୁଁ ତୁମ ବିନା

ବିନା ସ୍ପର୍ଶରେ ବିନା ଭାଷାରେ ପ୍ରେମ

   କରିଯିବା ଆମେ ଦୁଇ

ଆବିଳତା ହୀନ ଆମ ପ୍ରେମ ଦେଖି

     ଲାଜେଇବେ ଜହ୍ନ କଇଁ

ଜହ୍ନ କଇଁଙ୍କୁ ଦୂରତା ବାଧା ଦିଏ

    ଆମ ପାଇଁ ନାହିଁ ବାଧା

ତଥାପି ଆଦର୍ଶ ପ୍ରେମର ଚିରାଗ

     ଦେଖିବ ଏହି ବସୁଧା

 

ମମତା ଶତପଥୀ

କେନ୍ଦ୍ରାପଡା

Related posts

ସାଲେବିଡି ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମେଧାବୀ ସମ୍ମାନ ୨୦୨୧-୨୨ ରେ ସମ୍ମାନିତ

Sunil Chandra Nayak

ପୌର ନିର୍ବାଚନ ପ୍ରଚାରକୁ ଜୋରଦାର କଲେ ବିଜେପି -ବିଜେଡି ଦଳ

Sunil Chandra Nayak

Leave a Comment

error: Content is protected !!