ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ରେ ମହିଳା ସଚେତନ କାର୍ଯ୍ୟକ୍ରମ

ଧର୍ମଗଡ:୨୭/୬/୨୨ ବେହେରା ନିୟନ୍ତ୍ରିତ ବଜାର କମିଟି ପଡିଆରେ ଦଣ୍ଡପାଟ ଯୁବ ସେବା ସଂଗଠନ ଦ୍ବାରା ମହିଳା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସଂଗଠନ ର ଉପସଭାପତି ତରେଶ କୁମାର ବିଶି ଙ୍କ ସଭାପତିତ୍ୱରେ ମୂଖ୍ଯ ଅତିଥି ଭାବରେ ବେହେରା ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ ଯୋଗଦେଇ ମହିଳା ଶଶକ୍ତ ଓ ଆତ୍ମନିର୍ଭରଶୀଳ ହେଲେ ଦେଶ ସମ୍ରୁଦ୍ଧିଶାଳୀ ହେବ ବୋଲି ଦ୍ରୁଢୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍ ଏଚ୍ ଜି ସଭାପତି ଯମୁନା ଗୋପାଳ, ସୁକାନ୍ତି ପାତ୍ର, ହୀରା ପଟେଲ, ଦକ୍ଷିଣା ନାଏକ, କ୍ଷୀର ବିଶି ଯୋଗଦେଇ ମହିଳା ମାନେ ସ୍ବାବଲମ୍ବୀ କେମିତି ହେବେ ସେଥିପ୍ରତି ଦ୍ରୁଷ୍ଟି ଆର୍କଷଣ କରିଥିଲେ। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଉପ ସଭାପତି ତ୍ରିନାଥ ଚୌଧୁରୀ, ସମ୍ପାଦକ ଅବିନାଶ ମୁଣ୍ଡ ସାଧନ କର୍ମୀ ଭାବେ ଯୋଗଦେଇ ସରକାର ଙ୍କ ମହିଳା ମାନଙ୍କୁ ସ୍ବାବଲମ୍ବନ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ଦିଷ୍ଟ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରେଇଥିଲେ। ଶତାଧିକ ମହିଳା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ସ୍ବାବଲମ୍ବୀ ହେବା ସହ ପରିବାର ର ସଠିକ୍ ପ୍ରତିପୋଷଣ କରିବା ବୋଲି କହିଥିଲେ। ଏହି ଅବସରରେ ସମସ୍ତ ମହିଳା ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଦଣ୍ଡପାଟ ଯୁବ ସେବା ସଂଗଠନ ସମ୍ପାଦକ ଭୁଜବଲ ନାଏକ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଶୁଶିଲ ଚନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ହେମାଲ ବିଶି, ଇଶ୍ବର ବାଣୁଆ, ରୁପେଶ ନାଏକ, ରିଙ୍କୁ ବିଶି ପ୍ରମୂଖ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ରାଇରଙ୍ଗପୁର – ଶଶୁର ଘରକୁ ବାଇକରେ ଆସି କୁକୁର ସହ ଧକ୍କାରେ ଜୋଇଁ ଗୁରୁତର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନିଃସର୍ଗ ଜୀବନ ଧାରା 

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!