ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା/ ସାମାଜିକ ଅନୁଷ୍ଠାନ ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତି ଙ୍କ ସଭପତିତ୍ବ ଓ ସଂପାଦକ ଗୌରୀ କୁମ୍ଭାର ଙ୍କ ଆବାହକତ୍ବ ଓ ଉପଦେଷ୍ଟା ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ,ସଂଜୀବ ମହାନ୍ତି,ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ରାଜେନ୍ଦ୍ର ପଣ୍ଡା,ଆଇନଜୀବୀ ଚନ୍ଦ୍ରଭାନୁ ଦାଶ, ସାମନ୍ଥା ପିଲାଇ, ଜୋସ୍ନା ନାୟକ, ପରଭେଜ ଅରୋରା, ବିଶ୍ବଜିତ ମଲ୍ଲିକ ଓ ଛବି ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅନ୍ତାକ୍ଷରୀ,ସଂଗୀତ,ନୃତ୍ୟ, ପ୍ରଶ୍ନୋତ୍ତର ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସଂପାଦକ ଶ୍ରୀମତୀ କୁମ୍ଭାର ଅନୁଷ୍ଠାନ ସଂପର୍କରେ କହିଥିବା ବେଳେ ସଭାପତି ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଶେଷରେ ଅନ୍ତେବାସୀ ଙ୍କ ମଧ୍ୟରେ ଏକ ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀ ର ନିର୍ଣ୍ଣୟରେ ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଉପଦେଷ୍ଟା ଶର୍ମିଲା ରାଜଗୁରୁ, ରୀତା ସାମଲ,ନମିତା ରାଉତ,ସୁରେନ୍ଦ୍ର ପତ୍ରୀ , ଶାନ୍ତିଲତା ବେହେରା,ଅସ୍ମିତା ମହାନ୍ତି, ସ୍ବର୍ଣ୍ଣ ବିଶୋଇ, କନିଷ୍ଠ ବିଭାଗର ସଭାପତି ସୁଶ୍ରୀ ବିଶାଖା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କବିତା – ଏକାନ୍ତ ର ସମ୍ବାଦ

Sunil Chandra Nayak

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଖଲିଆପାଲିରେ ଚୋରି ହେଲା ପ୍ରଧାନମନ୍ତ୍ରୀ ଆବାସ ଘର

Sunil Chandra Nayak

Leave a Comment

error: Content is protected !!