ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଧୂଳି ଧରଣୀର ପରେ

ଧୂଳି ଧରଣୀର ପରେ

 

    ବେଣୁଧର ସୂତାର

 

ସ୍ନେହ ମମତାର ସୁଧା ସମାହାର

ଚାରୁ ସୁଷମାର ଐଶ୍ୱର୍ଯ୍ୟ ପୁରୀ

ପୁଣ୍ୟମୟ ଧାରା ଅମୃତ ପସରା

ପ୍ରକୃତିର ଦିବ୍ୟ ମର୍ତ୍ତ୍ୟ ମାଧୁରୀ

ଭବଭୂତି ମାଳା ଚିର ରୁଚିର

ପ୍ରେମ ମମତାର ପରିପୂର୍ଣ୍ଣ ଧାର

ଜୀବନ ସପନ ସ୍ନିଗ୍ଧ ମଧୁର ।।

 

ନୀଳ ନୀଳିମାର ମଗ୍ନ ମାଧୁରୀ

ସୀମାହୀନ ନୀଳ ଗଗନ ବିଭା

ଉର୍ବୀର ସୁଷମା ଭରା ସବୁଜିମା

ଘନ ବନାନୀର ଶ୍ୟାମଳ ଶୋଭା

ନୀଳ ବିଚିମାଳା ନୀଳ ସାଗରେ

ବେଳାଭୂମି ଚୁମେ ଲହରି ସଂଭ୍ରମେ

ଭିଜା ଭିଜା ପ୍ରୀତି ଭାବ ମଧୁରେ ।।

 

ଦିବ୍ୟ ସୁଷମାର ଲଳିତ ସମ୍ଭାର

ଚାରୁମୟ ଭାତି ଉଷା ଉଷସୀ

ମଧୁଚନ୍ଦ୍ରିକାର ଜୋଛନା ମାୟାରେ

ପ୍ରୀତିମୟ ହୁଏ ନିବିଡ଼ ନିଶି

ଋତୁ ରଙ୍ଗେ ନାଚେ ଧରା ପ୍ରକୃତି

କେବେ ଖରା ପୁଣି ବରଷା ବସନ୍ତ

ଶରତ ଶିଶିରେ ଝରଇ ମୋତି ।।

 

ଗିରି ନଦୀ ନଦ କାନନ ସରିତ

ରମଣୀୟ ରୂପ ଶୋଭାର ଶାଳା

ସୁଷମା ପୁରିତ ଶ୍ୟାମ ଶସ୍ଯ କ୍ଷେତ

ଲତା ମଞ୍ଜରୀର କୁସୁମ ମାଳା

ରୂପ କୁହୁକର ମୋହିନୀ ଧାରା

ବୁକୁରେ ଖେଳାଏ ନବ ଉନ୍ମାଦନା

ଅୟୀ ପ୍ରକୃତିର ଭାବ ପସରା ।।

 

ଅମୂଲ ମୂଲ ଯା ମମତାର ଫୁଲ

ସ୍ନେହମୟୀ ପ୍ରାଣସୁଧା ଦାୟିନୀ

ଭରିଅଛି ପ୍ରାଣେ ଅମୃତ ଆୟୁଷ

ଜୀବ ଜଗତର ଧୂଳି ଧରଣୀ

ସିଏ ଅନ୍ତଃସ୍ବର ଏ ଅସ୍ତିତ୍ବର

ପୁଣ୍ୟମୟୀ ସେତ ପରମ ପାବନୀ

ନିଖିଳ ଜନନୀ ସୃଷ୍ଟି ଆଧାର ।।

କେଶଦୁରାପାଳ
କେନ୍ଦୁଝର 

 

Related posts

ପ୍ରଥମ ବର୍ଷା ରେ ମାଟି ଧୋଇ ଖୋଲ କରିଦେଲା ବିଜୁ ଏକ୍ସପ୍ରେସ ୱେ

Sunil Chandra Nayak

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

Leave a Comment

error: Content is protected !!