ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ୨୦୨୨ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଇ ୧ ତାରିଖ ଓ ବାହୁଡା଼ ଯାତ୍ରା ୯ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ସବିଶେଷ ଆଲୋଚନା କରିଥିଲେ । ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ବିଡ଼ିଓ ଶରତ କୁମାର ସେଠି, ଡ଼ିଏସପି ଧିରଜ ଚୋପଦାର, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନୀଷା ମିଶ୍ର ଉପସ୍ଥିତ ଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ୧ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳର ଉପଯୁକ୍ତତା ପ୍ରମାଣପତ୍ର ,ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,ଆମିଷ ଓ ମଦ ବିକ୍ରି ଉପରେ କଟକଣା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ,ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ,ସାଂସ୍କୃତିକ କାର୍ଯ୍ୟକ୍ରମ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ର ଉପସଭାପତି ତୁଷାର ପଟ୍ଟଯୋଶୀ, ସମ୍ପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଟ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ, ହୃଷିକେଶ ମିଶ୍ର, ଵିଦ୍ୟାଧର ସାହୁ, କୃପାସିନ୍ଧୁ ପଣ୍ଡା,ସୁକଲାଲ ଅଗ୍ରୱାଲ,ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ସମେତ ବହୁ ବୁଦ୍ଧିଜୀବୀ ଓ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ରଥଯାତ୍ରା କୁ ବ୍ୟବସ୍ଥିତ ଭାବେ କରିବା ପାଇଁ ଏହି ଅବସରରେ ବିଭିନ୍ନ କମିଟିମାନ ଗଠନ କରାଯାଇ ଥିଲା।ଧର୍ମଗଡ଼ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହୃଷିକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

Sunil Chandra Nayak

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

Sunil Chandra Nayak

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

Leave a Comment

error: Content is protected !!