ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶତାଧିକ ଜବ୍‌କାର୍ଡ ରଦ୍ଦ , ବିଡିଓଙ୍କ ଦ୍ୱାରସ୍ତ ହେଲେ ହିତାଧିକାରୀ

କୋକସରା,୨୯ା୬- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ବାବେକୋହରା ଓ କଛାରପଡା ଗ୍ରାମର ଶତାଧିକ ଜବ୍‌କାର୍ଡ କୁ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ ବୁଧବାର ଦୁଇ ଗ୍ରାମବାସୀ କୋକସରା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, ପଞ୍ଚାୟତ ଓ ବ୍ଲକ କର୍ମଚାରୀ ମାନେ ହିତାଧିକାରୀଙ୍କୁ ନ ଜଣାଇ ଶତାଧିକ ଲୋକଙ୍କ ଜବ୍ କାର୍ଡକୁ ଡିଲିଟ କରିଦେଇଛନ୍ତି । ଯାହା ଫଳରେ ସରକାରଙ୍କ ମନରେଗା ଯୋଜନାରେ ଏହି ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ନାଁରେ ଜବକାର୍ଡ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଯେଉଁମାନେ ପ୍ରକୃତ ଶ୍ରମିକ ବର୍ଷ ତମାମ୍ କାମକରି ପରିବାର ପ୍ରତିପୋଷଣ କରନ୍ତି ସେମାନଙ୍କ ଜବ୍ କାର୍ଡକୁ ଜାଣିଶୁଣି ଡିଲିଟ କରାଯାଇଛି । ଏଣୁ ଏହାର ଉଚିତ ତଦନ୍ତ କରି ଗରୀବ ଶ୍ରେଣୀର ଲୋକଙ୍କ ଜବ୍‌କାର୍ଡ କୁ ପୁନଃ ଚାଲୁ କରିବା ସହ କାମ ନ କରିବା ଲୋକଙ୍କ ନାମରେ ଥିବା ଜବକାର୍ଡକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ବୁଧବାର ୱାର୍ଡସଭ୍ୟ କୃଷ୍ଣ ଚନ୍ଦ୍ର ରାଉତ, କୌବଲ୍ୟ ନାଏକ, ଯୁବରାଜ ନାଏକ କୋକସରା ବିଡିଓ ମନୀଷା ଦାସଙ୍କୁ ହିତାଧିକାରୀ ମିନି କେତନ ମାଝୀ, କ୍ଷୀର ମାଝୀ, ବଳସିଂ ପୁଝାରୀ, କୈଲାସ ନାଏକ, ଅଭି ରାଉତ, ମକରନ୍ଦ ମାଝୀ, ହରିପାଳ ଗଉଡ, ହେମରାଜ ନାଏକ, ବସନ୍ତ କୁମାର ନାଏକ ସେମତେ ଦୁଇ ଗ୍ରାମର ଶତାଧିକ ହିତାଧିକାରୀ ଙ୍କ ଦସ୍ତଖତ ସମ୍ମଲିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ବିଡିଓ ଦାସ ରଦ୍ଦ ହୋଇଥିବା ସମସ୍ତ ଜବ୍‌କାର୍ଡର ନକଲ କପି ଦେବାକୁ କହିବା ସହ ତଦନ୍ତ କରାଯିବ ବୋଲି କହିଥିବା ଜଣାପଡିଛି ।

Related posts

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମ ମନକଥା

Sunil Chandra Nayak

Leave a Comment

error: Content is protected !!