ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କିରାଣି ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୨୯/୬(ମ ନି ସ) ଚାକିରୀ ଜୀବନ ରୁ ଅବସର ଗ୍ରହଣ କଲେ କୋକସରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ ଓ ମୁଖ୍ୟ କିରାଣୀ ଯୁଗଳ କିଶୋର ହଂସ । ବୁଧବାର ଦୁଇ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ବ୍ୟୋମକେଶ ପଣ୍ଡା,ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୁଣାକାର ପଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା , ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଇରି ନାସନ ଚିନ୍ଦା, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଦେବେନ୍ଦ୍ର ମେହେର, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦୀର୍ଘ  ବର୍ଷ ଧରି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ କୁ ଗଢି ତୋଳିବାରେ ବିନ୍ଧାଣି ଭଳି ନିଜର କର୍ମମୟ ଜୀବନ ର ପ୍ରତିଟି ମୁହୂର୍ତ୍ତ ଦେଇ ନିଷ୍ଠାର ସହ କର୍ତ୍ତବ୍ୟ କରିଥିବା ଅଧ୍ୟକ୍ଷ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ସିଦ୍ଧାନ୍ତ ନନ୍ଦ ସଂଯୋଜନା କରିଥିଲେ।

Related posts

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

ଅବକାରୀ ଚଢ଼ାଉ, ୨ଜଣ ଗିରଫ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାତ ଠାରି ଡାକେ ମୋ ଗାଁ ମାଟି

Sunil Chandra Nayak

Leave a Comment

error: Content is protected !!