ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭାବଗ୍ରାହୀ ଭଗବାନ

ଭାବଗ୍ରାହୀ ଭଗବାନ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଭାବରେ ମିଳନ୍ତି ଆଶିଷ ଢାଳନ୍ତି

ଲୋଡା କରନ୍ତିନି ଧନ

ଭକତ ଜୀବନ ମୋ କାଳିଆ ଧନ

ଭାବଗ୍ରାହୀ ଭଗବାନ…….(୦)

 

ଦାସିଆ ବାଉରୀ ବିନା ତପ କରି

ଭାବରେ ତୋଷିଲେ ତାଙ୍କୁ

ନଡ଼ିଆକୁ ନେଇ ଭାବକୁ ଦେଖାଇ

ତୋଷ କରିଥଲେ ତାକୁ

ବନ୍ଧୁ ମହାନ୍ତିର ବୁଝିଲେ ଅନ୍ତର

ଭାବ ଦେଖି ତା:ର ମନ…..(୧)

 

ଭାବଗ୍ରାହୀ ସେହି ଜଗତର ସାଇଁ

ଚଉଦ ଭୁବନ ନାଥ

ଲକ୍ଷ୍ମୀ ସାଆନ୍ତାଣୀ ଯାହାର ଘରଣୀ

ସିଏ ଆମ ଜଗନ୍ନାଥ

ପତିତପାବନ ବାନାକୁ ଉଡାଇ

ଭାବରେ ରଖନ୍ତି ଦୀନ……(୨)

 

ସଂସାରର ଦୁଃଖ ଦେଖି କଳାମୁଖ

ଭାବକୁ ଧରି ମନରେ

ଭାଇ ଭଉଣୀକୁ ସଂଗତରେ ନେଇ

ବସିଲେ ରଥ ଉପରେ

ଭାବ ବିନୋଦିଆ ସେହି ମୋ କାଳିଆ

ତାଙ୍କ ଠାରେ ରହୁ ମନ…..(୩)

ଫୁଲବାଣୀ, କନ୍ଧମାଳ

Related posts

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

Sunil Chandra Nayak

ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!