ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ନିୟୁଜ ରେ ପ୍ରସାରଣ ହେବା ପରେ ମାଁ ମାଉସୀ ମନ୍ଦିର ମରାମତି କଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ 

ଥୁଆମୂଳ ରାମପୁର:୩୦/୬- ମସିହା:- ରାତି ପାହିଲେ ଅନୁଷ୍ଠିତ ହେବ ରଥଯାତ୍ରା l ଏଥିପାଇଁ ଗାଁ ଠୁଁ ସହର ଯାଏଁ ଉତ୍ସବରେ ମୁଖରିତ। ହେଲେ ମାଁ ମାଉସୀ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା,ସ୍ଥାନୀୟ ସରପଞ୍ଚ ଙ୍କ ଚେଷ୍ଟାରେ ନିବିକରଣ କରାଗଲା ମନ୍ଦିର ଏହି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଠାରେ ରହିଥିବା ମାଉସୀ ମାଁ ମନ୍ଦିର ଭଙ୍ଗା ଦଦରା ଅବସ୍ଥାରେ ପଡିରହିଥିଲା, ଗତ ବର୍ଷ କାଳବୈଶାଖୀ ତାଣ୍ଡବ ପ୍ରଭାବରେ ମନ୍ଦିର ନିକଟରେ ଥିବା ବିରାଟ କାୟ ଆମ୍ବଗଛ ମନ୍ଦିର ଉପରେ ଭାଙ୍ଗି ପଡିଯାଇଥିଲା ଫଳରେ ମାଁ ମାଉସୀ ମନ୍ଦିର ର ଅନେକ ଅଂଶ ସମ୍ପୂର୍ଣ ଭାବରେ ନଷ୍ଟହୋଇ ଯାଇଥିଲା I ଏନେଇ ଆମ୍ଭେ  ମସୀହା ନିୟୁଜ ରେ ଖବର ପ୍ରସାରଣ କଲୁ ଓ ସ୍ଥାନୀୟ ସେବାୟତ , ଜନପ୍ରତିନିଧି ଓ ଜନସାଧାରଣ ଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହାକୁ ନେଇ ପରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ଏହି ଦିଗ ପ୍ରତି ସଚେତନ ହେଲେ ଓ ଅନୁଧ୍ୟାନ କରି ତାଙ୍କ ସହକର୍ମୀଙ୍କ ସହ ମିଶି ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ମନ୍ଦିରଟି କୁ ମରାମତି କରିବା ନେଇ ଅଣ୍ଟା ଭିଡିଥିଲେ I ବର୍ତ୍ତମାନ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀଙ୍କ ମନରେ ବେଶ ଖୁସି ଦେଖିବାକୁ ମିଳୁଛି I ଏଠାରେ ପ୍ରକାଶ ଥାଉକି ,ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ହୋଇଥିଲେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ, ବ୍ଳକ କର୍ମଚାରୀ, ସମାଜ ସେବକ ତଥା ରାଜନୈତିକ କର୍ମକର୍ତ୍ତା ଏହି ମନ୍ଦିର ପ୍ରତି ଦୃଷ୍ଟି ଦେଇନଥିଲେ। କିନ୍ତୁ ନୂତନ ଭାବରେ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ନିଜସ୍ୱ ଖର୍ଚ୍ଚରେ ମାଁ ମାଉସୀ ମନ୍ଦିର ନିବିକରଣ କରାଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜରି ପାଳ ତଳେ ବିତୁଛି ତିନି ପ୍ରାଣୀଙ୍କ ଜୀବନ, ଆବାସ ଯୋଜନାରେ ମିଳିପାରି ନାହିଁ ପକ୍କା ଘର, ଦୃଷ୍ଟି ଦେବେକି ପ୍ରସାଶନ ?

Sunil Chandra Nayak

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ୮ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

Leave a Comment

error: Content is protected !!