ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନନ୍ଦିଘୋଷ

    ନନ୍ଦିଘୋଷ

 

        ଅପର୍ତ୍ତି ସେଠୀ

ଶରଧାବାଲିରେ ଯେବେ କାଳିଆରେ 

         ଗଡିବ ତୋ ନନ୍ଦିଘୋଷ,

ଅଗଣିତ ଭକ୍ତ ନୀଳାଚଳ ଧାମେ

         ହେବେ ଆସି ସମାବେଶ।

ମଦନ ମୋହନ ସହିତରେ ତୁହି

         ନନ୍ଦିଘୋଷେ ବସିଥିବୁ,

ଶ୍ରୀଗୁଣ୍ଡିଚା ଯାତ୍ରା କରି ସରାଗରେ‌

         ପୋଡ଼ ପିଠା ତୁ ଖାଇବୁ।

ଜଗିଥିବ ନନ୍ଦିଘୋଷକୁ ଗରୁଡ,

         ସାରଥୀ ଥିବେ ଦାରୁକ,

ନାମ ବିଶେଷରେଯୋଚା‌ ହୋଇଥିବେ

         ପୁଣି ଚାରିଗୋଟି ଅଶ୍ଵ।

ତ୍ରୈଲୋକ୍ୟମୋହିନୀ ପତାକାର ନାମ

         ଦ‌ଉଡି ତୋ ଶଂଙ୍ଖଚୂଡ,

ନବଦେବ ପାର୍ଶ୍ଵ ଦେବତା ସ୍ଵରୂପେ

          ବିରାଜ ମାନ ରଥର।

ଚୌରାଳିସ ଫୁଟ ଦୁଇ ଇଞ୍ଚ ଉଚ୍ଚ

          ତୋର ନନ୍ଦିଘୋଷ ରଥ,

ଆଚ୍ଛାଦିତ ରଥେ ପିତ୍ତ ଲୋହିତ ଓ

         ନାଲିଆ‌ ରଙ୍ଗର ବସ୍ତ୍ର।

ଷୋଳଗୋଟିଚକେ ନନ୍ଦିଘୋଷ ଗଡେ

         ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ,

ମୋ ଦେହର ନନ୍ଦିଘୋଷ ଦୁଇ ଚକେ

         ମନ ବଡ଼ ଦାଣ୍ଡେ ଗଡ଼େ।

ତୋ ରଥ ଦ‌ଉଡି ଭକ୍ତ ଟାଣୁଥିବେ

         ମୋ ପାଇଁ ପାଳ ଦ‌ଉଡି,

ନନ୍ଦିଘୋଷ ପାଇଁ କେଇଖଣ୍ଡ କାଠ

         ମୋ ପାଇଁ ଛ’ଖଣ୍ଡ ବାଡି।

ଲୋଡ଼ା ହେଉଥିବ ତୋହ ପାଇଁ ଫୁଲ

          ମୋ ପାଇଁ ଖ‌ଇକ‌ଉଡି,

ତୋ ପାଖରେ ଧୂପ ଦୀପ ଜଳୁଥିବ

          ମୋ ପାଖରେ ନିଆଁବରୀ।

ଘଣ୍ଟ ଘଣ୍ଟା ଖୋଳ କାହାଳୀ‌ ଶବଦେ

          ବଡ ଦାଣ୍ଡ କମ୍ପୁଥିବ,

ମୋଶବଯାତ୍ରାରେ‌ ଗାଆଁଦାଣ୍ଡେ କିନ୍ତୁ

           ରାମନାମ ଶୁଭୁଥିବ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ଶାରୀରିକ ଭିନ୍ନକ୍ଷମ ବାଳିକା ଯାଜ୍ଞାସେନୀ ଙ୍କୁ ସହାୟତା ପାଇଁ ନିବେଦନ

Sunil Chandra Nayak

କଳିଙ୍ଗବିହାର ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

Sunil Chandra Nayak

Leave a Comment

error: Content is protected !!