ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

 ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନ କୁ

   ରଥରେ ଦର୍ଶନ କରିବା

ଜୀବନର ଯେତେ ଦୁଃଖ ଯାତନା କୁ

    ହସି ହସି ଭୁଲିଯିବା।।

ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି

   ଭକତ ବତ୍ସଳ ହରି

ଭାବର ଠାକୁର ନିଳାଦ୍ରୀ ବିହାରି

   ଦୟାମୟ ଦଇତାରି।।

ମନ କିଣିନିଏ ବାଙ୍କ ଚାହାଣିରେ

   ଅଧା ନାଲିହସ ତାର

ଲାବଣ୍ୟ ସମ୍ଭାର ଅପରୁପ ଶୋଭା

    ଦିଶେ କେଡେ ମନହର।।

ଆଷାଢର ଶୁକ୍ଲ ଦ୍ବିତୀୟା ତିଥିରେ

    ଯିବେ ଶ୍ରୀଗୁଣ୍ଡିଚା ଘର

ଭାଇ ଭଗ୍ନି ତିନି ନଅ ଦିନ ରହି

    ବାହୁଡିବେ ଶ୍ରୀ ମନ୍ଦିର।।

ଭକତ ଭିଡରେ ରଥଯାତ୍ରା ଦିନ

     ଶ୍ରୀ ବଡଦାଣ୍ଡକୁ ଯିବା

ରଥର ଦଉଡି ଭକତିରେ ଭିଡି

      ନିଜ ହସ୍ତେ ଟାଣୁ ଥିବା।।

ଅପବିତ୍ର ନେତ୍ର ପବିତ୍ର କରିବା

    ଦର୍ଶନ କରି ଶ୍ରୀମୁଖ

ମଣିଷ ଜନମ ସାର୍ଥକ କରିବା

    ପାଇବା ସରଗ ସୁଖ।।

ଆହେ ମହାବାହୁ ଶ୍ରୀ ପୁରୁଷୋତ୍ତୋମ

    ଏତିକି ସୁଦୟା ହେଉ

ମରିବା ଆଗରୁ ଶ୍ରୀ ମୁଖ ଦର୍ଶନ

    ମୋ ଭାଗ୍ୟରେ ଲେଖା ହେଉ।।

ଲୋଡା ନାହିଁ ପ୍ରଭୁ ଧନମାନ କିଛି

    ଲଭିଲେ ପ୍ରଭୁ ଦର୍ଶନ

ଗାଇ ପ୍ରଭୁ ନାମ ବିତିଯାଉ ଦିନ

    ଧନ୍ୟ ହେବ ଏ ଜୀବନ।।

 

         ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୃତଜ୍ଞତା

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ସ୍ଵପ୍ନ ର ନାୟକ

Sunil Chandra Nayak

Leave a Comment

error: Content is protected !!