ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

ତୋ ଦର୍ଶନ ସାତ ସ୍ବପ୍ନ

ଘୋଷାଡ଼ିବା ଠାରୁ ବଳେ ମୋର ଦୁଃଖ

ଘୋଷଯାତ୍ରା କରୁ ତୁ କଳା ଶ୍ରୀମୁଖ

ତୋ ଦର୍ଶନ ସାତ ସ୍ବପ୍ନ

ଓଳିଏ ଖାଇଲେ ଓଳିଏ ଓପାସ

କରୁକିଆଁ ହିନିମାନ

ବାଲିରଥେ ବିଜେ ଭକତର ପାଇଁ

ଦାସିଆ ନଡ଼ିଆ ଶ୍ରୀଭୁଜରେ ନେଇ

ଦେଖାଇଛୁ ବଡ଼ପଣ

ବନ୍ଧୁମାହାନ୍ତିକୁ ସୁନାଥାଳି ଦେଇ

ରଖିଛୁ ଭକତ ମାନ

ମୋ ବେଳକୁ କରୁ କପଟ ସ୍ଵଭାଵ

ସବୁଜାଣିଶୁଣି ରହିକି ନିରବ

ବଡ଼ଦାଣ୍ଡେ ଚାଲୁ ଝୁଲି

ଭକ୍ତ ପାଇଁ ଯେବେ ତୋ ରଥଯାତରା

ମୋତେ କିଆଁ ଯାଉ ଭୁଲି

ଗଢିବା ଭାଙ୍ଗିବା ସବୁ ତୋର ନାଟ

କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ

କରୁଣା କାହିଁକି ଉଣା

କେଉଁ ଜନ୍ମ ପାପ ଭୁଞ୍ଜୁଛି ଠାକୁରେ

ବାରେ,ଦେଖାଅ ମୁକତି ଠଣା

ତନ୍ମୟ କିଶୋର ଦାସ

ନେମାଳ, କଟକ

Related posts

ଥୁଆମୂଳ ରାମପୁର ବ୍ଳକ ଓଡିଶା ଡ୍ରାଇଭର ମହାସଂଘର ବୈଠକ

Sunil Chandra Nayak

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତତଫରୁ ସୁନିଲ ମଙ୍ଗରାଜ ଙ୍କ ଜନ୍ମ ଦିନ ପାଳନ

Sunil Chandra Nayak

ବଢୁଛି ପାଣି ମୋଟର ଚୋରି ,ଟେର ପାଉନି ପୋଲିସ

Sunil Chandra Nayak

Leave a Comment

error: Content is protected !!