ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଝୁରନ୍ତି କାଳିଆ ତୋତେ

ଝୁରନ୍ତି କାଳିଆ ତୋତେ

ପ୍ରଶାନ୍ତ କୁମାର ନାଥ

 

ଝୁରୁଛି କାଳିଆ ଶ୍ରୀମନ୍ଦିର ତୋତେ

     ଶ୍ରୀହୀନ ଦିଶୁଛି ଵାଡି

ସୁନ୍ଦର ଶରୀର ବିରୂପ ଦିଶୁଛି

     ଆତ୍ମା ଯାଇଛି ତା ଛାଡ଼ି। 

 

ରତ୍ନସିଂହାସନ ପଡ଼ି ଅଛି ଖାଲି

    ଶୋଭା ତା’ର ଦିଶୁନାହିଁ

ତୋ ବିନା କାଳିଆ ତା ରୂପ ସମ୍ଭାର

      ଶ୍ରୀମନ୍ଦିରେ ଆବା କାହିଁ। 

 

ବାଇଶି ପାବଛ ହେଉଅଛି ଝୁରି

    ତୁ ଆସିଲୁ ଯେଵେ ଚାଲି

ତୁ ନାହୁଁ ଯେଵେରେ ରତ୍ନସିଂହାସନେ

    ତା ଜୀବନ ମାଟି ଖାଲି। 

 

କଳ୍ପବଟ ଆଜି ପଡିଛି ଝାଉଁଳି

    ତୋର ବିନା ରେ କାଳିଆ

ତୋ ବିନା ଅସ୍ତିତ୍ଵ ନାହିଁ ତା’ର କେଵେ

     ରେ କଳ୍ପବଟ ମୂଳିଆ। 

 

ଆନନ୍ଦ ବଜାରେ ନାହିଁ ତ ଆନନ୍ଦ

    ଶୂନ୍ୟତା ଭରିଛି ଯେହ୍ନେ

ଝୁରି ହେଉଛି ସେ ତୋର ଅଧରକୁ

     ଷାଠିଏ ପଉଟି ମନେ। 

 

ତୋର ବିନା କିବା ସୁନ୍ଦର ଦିଶଇ

     ଆନନ୍ଦ ବଜାର ହାଟ

ଚାହିଁ ରହିଅଛି କାଳିଆରେ ତୋତେ

     ତୋହରି ଫେରିବା ବାଟ। 

 

ବେଶି ତ ଝୁରନ୍ତି ଲକ୍ଷ୍ମୀ ଠାକୁରାଣୀ

    ଏକାକୀ ଆସିଛ ଛାଡି

ଭାଇ ଭଉଣୀଙ୍କୁ ସାଥିରେ ନେଇଣ

       ନନ୍ଦିଘୋଷେ ଆସ ଚଢ଼ି। 

 

ତୁ ସିନା ଜାଗାରେ ବଡ଼ ଦାଣ୍ଡେ ଆସି

     ହେଉଥାଉ ଭାରି ଖୁସି

ତୋ ବିନା ଏମାନେ ହେଉଛନ୍ତି ଭାଳି

     କେତେ ମନ ଦୁଃଖେ ଵସି।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି  , ରାଜନଗର , କେନ୍ଦ୍ରାପଡ଼ା

Related posts

ପଞ୍ଚାୟତ ସ୍ତରିୟ ପ୍ରଶିକ୍ଷଣ ଶିବିର

ଜୁନାଗଡ଼ ରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ନିର୍ବାଚିତ

Sunil Chandra Nayak

ଓଡିଶା ଜୀବିକା ମିଶନ ପକ୍ଷରୁ ଗୋଷ୍ଠି ମହିଳା ଙ୍କୁ ଋଣ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!