ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକ ପାରିଶ୍ରମିକ ନ ପାଇ ଏସ:ଏଚ:ଜି ସଭାପତି ଙ୍କ ଘରେ ଲଗାଇଛି ଡେରା 

ଏସ ଏଚ ଜି ନା କୌଣସି ଠିକା ସଂସ୍ଥା ଦ୍ୱାରା ଚାଲିଛି ମଣ୍ଡି ?

କଲମପୁର, ୨/୭ (ମସିହା) କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ପଞ୍ଚାୟତ ର ମା ମଙ୍ଗଳା ଏସଏଚଜି ପରିଚାଳିତ ମଣ୍ଡି ରେ ନିୟୋଜିତ ଥିବା ମଣ୍ଡି ଶ୍ରମିକ ମାନେ ରବି ଋତୁ ମଣ୍ଡି ର ପାରିଶ୍ରମିକ ଅଦ୍ୟୋ ରୁ ପାଇ ନ ଥିବା ହେତୁ ଏସ ଏଚ ଜି ସଭାନେତ୍ରୀ ଙ୍କ ଘର ସମ୍ମୁଖରେ ଶୁକ୍ରବାର ଡେରା ପକାଇଥିଲେ l ଗତ ମଇ ମାସ ୨୮ ତାରିଖ ରୁ ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ୬0 ଜଣ ଶ୍ରମିକ ବିଭିନ୍ନ ଟ୍ରକ ରେ ଧାନ ବୋଝେଇ କରିଥିଲେ l ଦୀର୍ଘ ୧୪ ଦିନ ମଧ୍ୟରେ ୩୫୦ ଚାଷୀଙ୍କ ୨୩,୯୫୦ କୁଇଣ୍ଟାଲ ଧାନ ବୋଝେଇ କରିଥିଲେ l କୁଇଣ୍ଟାଲ ପ୍ରତି ୧0 ଟଙ୍କା ହିସାବରେ ୨ ଲକ୍ଷ୍ ୪0 ହଜାର ଟଙ୍କା ମଣ୍ଡି ବନ୍ଦ ହୋଇ ଆଜକୁ ୨0 ଦିନ ବିତିଯାଇଥିଲେ ସୁଦ୍ଧା ସେମାନେ ତାଙ୍କ ପlରିଶ୍ରମିକରୁ କିଛି ବି ପାଇନଥିବାରୁ ଉଦବେଗ ପ୍ରକାଶ ପାଇଛି l ମଣ୍ଡି ଦାୟିତ୍ୱରେ ଥିବା ଏହି ଏସଏଚଜି କୁ ଶ୍ରମିକ ମାନେ ମଣ୍ଡି ସରିବା ଦିନଠାରୁ ନିଜ ପାରିଶ୍ରମିକ ପାଇଁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ନିରାଶ ହୋଇଛନ୍ତି l ହେମାଳ କାମ କରି ଯଦି ପରିବାର ପାଇଁ ରଥଯାତ୍ରା ଖର୍ଚ୍ଚ ଟିଏ ପାଇ ପାରୁନାହାନ୍ତି ତାହେଲେ କାହିଁକି ଆଉ ଅନ୍ୟ ଦିନ ମଣ୍ଡି ରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି l ଏସଏଚଜି ସଭାନେତ୍ରୀ ରେମତୀ ଗହୀର କହିଛନ୍ତି ଯେ ଆମକୁ ଗତ ଖରିଫ ଋତୁ ମଣ୍ଡି ଠାରୁ କମିଶନ ଏବଂ ହେମାଳ ବାବଦ ର ଟଙ୍କା ଆସିନଥିବାରୁ ସେହି ଟଙ୍କା ଆସିଲେ ହିଁ ଦେବୁ ବୋଲି କହିଛନ୍ତି l ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କୁ ଯୋଗାଯୋଗ କରିବାରୁ ହଁ ଆମେ ୨ ସିଜନ ର ଟଙ୍କା କାହାକୁ ପଠାଇ ନାହୁଁ ଅନୁଦାନ ଆସିଲେ ପଠାଇବୁ l ଯେଉଁ ଏସଏଚଜି ମଣ୍ଡି ଦାୟିତ୍ୱରେ ଅଛନ୍ତି ସେମାନେ ତାଙ୍କ ନିଜ ସଂଚୟରୁ ଶ୍ରମିକ ଙ୍କୁ ଦେଇଥାନ୍ତୁ l ଅନ୍ୟ ସଂସ୍ଥା ମାନେ ସବୁ ତ ଏଭଳି କରି ଚାଲିଛନ୍ତି ବୋଲି କହିଥିଲେ l କିନ୍ତୁ ଏହି ଦାୟିତ୍ୱ ରେ ଥିବା ଏସଏଚଜି ପାଖରେ ସେତିକି ସମ୍ବଳ ନ ଥିବା ସଭାନେତ୍ରୀ ପ୍ରକାଶ କରିଛନ୍ତି l ଏଇଠି ପ୍ରଶ୍ନ ହେଉଛି ସରକାର ଏସଏଚଜି କୁ କମିଶନ ବାବଦ କୁ କୁଇଣ୍ଟାଲ ପ୍ରତି ୩0 ଟଙ୍କା ଏବଂ ଶ୍ରମିକ ବାବଦ କୁ ୧0 ଟଙ୍କା ଦେଉଛନ୍ତି l ତେବେ ହଜାର ହଜାର କୁଇଣ୍ଟାଲ ଧାନ ଗୋଟିଏ ମଣ୍ଡି ରେ ବିକ୍ରୟ ହେଉଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କମିଶନ ବାବଦ କୁ ସଂସ୍ଥା କୁ ଆସୁଛି l କିନ୍ତୁ ସେହି ସଂସ୍ଥା ଯଦି ବର୍ଷକ ର ଶ୍ରମିକ ପଇସା ଦେବାକୁ ଯଦି ସକ୍ଷମ ନୁହନ୍ତି ତାହେଲେ ସେହି ଅର୍ଥ କୁଆଡେ ଯାଉଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି l ପରଦା ପଛପଟେ ଅନ୍ୟ କୌଣସି ଏକ ଠିକା ସଂସ୍ଥା ରହି ଏସଏଚଜି ନାମରେ କାର୍ଯ୍ୟ କରୁଥିବା ଭଳି ମନେହେଉଛି l ଯାହାକି ମଣ୍ଡି ଶେଷ ହେବା କିଛି ଦିନ ପୂର୍ବରୁ ଶ୍ରମିକ ଙ୍କ ପାରିଶ୍ରମିକ ପାଇଁ ମଣ୍ଡି କୁ ଶ୍ରମିକ ମାନେ ବନ୍ଦ କରିଥିଲେ ସେତେବେଳେ ମଣ୍ଡି ଚାଲୁ ରଖ ଆମେ ୨ ଦିନ ମଧ୍ୟରେ ତୁମ ପାରିଶ୍ରମିକ ପଠାଇବୁ ବୋଲି କେହି ଜଣେ ବାହାର ବ୍ୟକ୍ତି ଫୋନ ରେ କହିଥିବା ହେମାଳ ମାନେ ପ୍ରକାଶ କରିଛନ୍ତି l ଏସବୁ ସତ୍ୱେ ମହିଳା ଏସଏଚଜି ର ଲକ୍ଷ ସାଧିତ ହେଇପାରୁନାହିଁ l ଶ୍ରମିକ କର୍ଣ୍ଣ କାଣ୍ଡ, ଭୀଷ୍ମ ସୁରୁଜlଳ, ଅଶୋକ କାଣ୍ଡ, ସୁଶାନ୍ତ ବେହେରା, ଚୈତନ୍ୟ କାଣ୍ଡ, ପ୍ରେମଲାଲ ମାଝୀ, ପରମାନନ୍ଦ ମାଝୀ, ଡିଙ୍ଗର କାଣ୍ଡ, ଗୁପ୍ତେ କାଣ୍ଡ, ସଂଜୀବ କାଣ୍ଡ ସମେତ ୩0 ରୁ ଅଧିକ ଶ୍ରମିକ କିଛି ବି ପାରିଶ୍ରମିକ ନ ପାଇ ହତାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି l

ପରମାନନ୍ଦ ଠାକୁର  , ମସିହା ପ୍ରତିନିଧି , କଲମପୁର

Related posts

ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରଜ୍ଞା ବାହିନୀର ପ୍ରସ୍ତୁତି ବୈଠକ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଘୋଷ ଯାତ 

Sunil Chandra Nayak

ବର ବଜାର ବା ସୌରତ ସଭା.. ବିହାରରେ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ଚାଲିଛି ଏଭଳି ପ୍ରଥା

Sunil Chandra Nayak

Leave a Comment

error: Content is protected !!